ଆଦାନୀ ଲେଖା ଯାଇଥିବା ବ୍ୟାଗ୍ ଧରି ସଂସଦକୁ ଆସିଲେ କଂଗ୍ରେସ ସାଂସଦ

ଆଦାନି ପ୍ରସଂଗରେ ସରଗରମ ସଂସଦର ଶୀତକାଳୀନ ଅଧିବେଶନ । ବିରୋଧୀଙ୍କ ହଙ୍ଗାମାରେ ଚାଲିପାରୁନାହିଁ ଗୃହ । ବାରମ୍ବାର ମୁଲତବୀ ପରେ ମୁଲତବୀ ହେଉଛି । ସୋମବାର ଲୋକସଭାରେ ରାହୁଲ ଗାନ୍ଧିଙ୍କୁ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିଥିଲା । ଆଦାନି ପ୍ରସଂଗକୁ ନେଇ ଦୁଇ କଂଗ୍ରେସ ସଂସଦ ଗୌତମ ଆଦାନି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖା ପିନ୍ଧି ସଂସଦରେ ପହଞ୍ଚିଥିଲେ ।

congress

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସେମାନଙ୍କର ମକ୍ ସାକ୍ଷାତକାର ନେଇଥିଲେ । ଏପଟେ ମଙ୍ଗଳବାର ଅର୍ଥାତ୍ ଆଜି ସଂସଦରେ ବିରୋଧୀଙ୍କ ସଂଗ୍ରାମ ଦେଖିବାକୁ ମିଳିଛି । ନୂଆ କରି ଶପଥ ନେଇଥିବା ଓ୍ବାଏନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଭିନ୍ନ ତରିକାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେ ଏକ ବ୍ୟାଗ୍ ନେଇ ଆସିଥିଲେ ଯେଉଁଥିରେ 'ମୋଦି-ଆଦାନି ଭାଇ-ଭାଇ' ଲେଖାଯାଇଥିଲା । ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଆଦାନି ପ୍ରସଂଗକୁ ନେଇ ସଂସଦ ଚାଲିପାରୁନାହିଁ ଏବଂ ଆଲୋଚନାରେ ବିରୋଧୀ ସାଂସଦମାନେ ଭାଗ ନେଇ ପାରୁନାହାନ୍ତି ।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବ୍ୟାଗକୁ ଦେଖିବା ମାତ୍ରେ ଖୁବ୍ ସୁନ୍ଦର ବୋଲି କହିଥିଲେ । ବ୍ୟାଗର ଗୋଟିଏ ପାର୍ଶ୍ବରେ ମୋଦି ଏବଂ ଅନ୍ୟ ପାର୍ଶ୍ବରେ ଆଦାନିଙ୍କ ଫଟୋ ରହିଥିଲା । ଏଥିରେ ଲେଖା ହୋଇଥିଲା 'ମୋଦି-ଆଦାନି...ଭାଇ-ଭାଇ' । ପ୍ରିୟଙ୍କା ଗାନ୍ଧି କହିଛନ୍ତି ସେମାନ ସଂସଦରେ ଆଦାନି ଗ୍ରୁପ୍ ଲାଞ୍ଚ ନେବା ପ୍ରଂସଗରେ ଚର୍ଚ୍ଚା କରିବାକୁ ଚାହଁଛୁ, ହେଲେ ସରକାର ଏହା ଚାହୁଁ ନାହାନ୍ତି । କୌଣସି ନା କୌଣସି ପ୍ରକାର ବାହାନା ମାରି ଗୃହକୁ ମୁଲବତୀ କରାଯାଉଛି । ସେପଟେ ସଂସଦରେ ଚର୍ଚ୍ଚା ବେଳେ ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଏହା ପୂର୍ବରୁ ସୋମବାର ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ବେଶରେ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+