ପିପିପି କିଟ୍ ବିବାଦ: ବଢିଲା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁକପ୍ପାଙ୍କ ଚିନ୍ତା, ଜାରି ରହିବ ତଦନ୍ତ
Former Karnataka CM BS Yediyurappa: ଅଡୁଆରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁକପ୍ପା ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବି ସିରାମୁଲୁ । କରୋନା ମହାମାରୀ ସମୟରେ ଚୀନ୍ରୁ ଆମଦାନୀ ହୋଇଥିବା ପିପିଏ କିଟ୍ କ୍ରୟ ଅଭିଯୋଗରେ ଜନ୍ ମାଇକେଲ୍ ଡି'କୁନ୍ କମିଶନଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ଲଗାତାରା ୟେଦ୍ୟୁକପ୍ପାଙ୍କ ଚିନ୍ତା ବଢିବାରେ ଲାଗିଛି ।
ଚାଇନାର କମ୍ପାନୀଗୁଡିକରୁ 3 ଲକ୍ଷ PPE କିଟ୍ ସିଧାସଳଖ କ୍ରୟ ସମ୍ପର୍କରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ୟେଦ୍ୟୁକପ୍ପା କହିଛନ୍ତି ରେକର୍ଡଗୁଡିକ ସହ ଟାମ୍ପରିଂ କରାଯାଇଛି।

ୟେଦ୍ୟୁରପ୍ପାଙ୍କ ନେତୃତ୍ୱାଧୀନ ବିଜେପି ସରକାର ୨୦୨୦ ମସିହା ମାର୍ଚ୍ଚରେ ବିପୁଳ ପରିମାଣର ପିପିଇ କିଟ, ମେଡିସିନ ଓ ମେଡିକାଲ ଉପକରଣ ଆମଦାନୀ କରିବାକୁ ଅନୁମତି ଦେଇଥିଲେ। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ସାମଗ୍ରୀ ଚାଇନିଜ କମ୍ପାନର ଡିଏଚବି ଗ୍ଲୋବାଲ ଓ ବିଗ ଫାର୍ମାସ୍ୟୁଟକାଲ୍ସ ଠାରୁ ଅଣାଯାଇଥିଲା। ସ୍ଥାନୀୟ କମ୍ପାନୀ ସମାନ ଜିନିଷ ପାଇଁ କମ ଟଙ୍କା ନେଉଥିବା ବେଳେ ବିଜେପି ସରକାର ଅଧିକ ଟଙ୍କାରେ ଚାଇନିଜ କମ୍ପାନୀ ଠାରୁ ଏହାକୁ କିଣିଥିବା ନେଇ ଅଭିଯୋଗ ହୋଇଛି । ତଦନ୍ତ ଶେଷ ହେବା ପରେ ଆୟୋଗ ଏହାର ରିପୋର୍ଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି
Ballari: On COVID-related irregularities report allegations, Former Karnataka CM BS Yediyurappa says, "I will never bow down to such threats. They (Congress) are raising old issues. Such allegations will not do anything, there is court and law, we will face it and come out..." pic.twitter.com/382qY76kPx
— ANI (@ANI) November 9, 2024
ଅଧିକାରୀମାନେ ଯୁକ୍ତି କରିଛନ୍ତି ଯେ ସ୍ଥାନୀୟ ଯୋଗାଣକାରୀମାନେ ଚାହିଦା ପୂରଣ କରିପାରିବେ ନାହିଁ, କିନ୍ତୁ ରେକର୍ଡଗୁଡିକ ଦର୍ଶାଉଛି ଯେ ପ୍ଲାଷ୍ଟି ସର୍ଜ୍ ଇଣ୍ଡଷ୍ଟ୍ରିଜ୍ ପିଭି ଲିମିଟେଡ୍ ଭଳି କମ୍ପାନୀଗୁଡିକ ପିପିଏ କିଟ୍କୁ ଖୁବ୍ କମ୍ ମୂଲ୍ୟରେ ବିକ୍ରି କରିଥିଲେ - ପ୍ରଥମେ କିଟ୍ ପିଛା 330.40 ଟଙ୍କା, ଯାହା ପରେ 725 ଟଙ୍କାକୁ ବୃଦ୍ଧି ପାଇଲା। ତୁଳନାତ୍ମକ ଭାବରେ, DHB ଗ୍ଲୋବାଲ୍ କିଟ୍ ପିଛା ପ୍ରାୟ 2,117.53 ଟଙ୍କା ଚାର୍ଜ କରାଯାଇଛି ।












Click it and Unblock the Notifications