ଜାଣନ୍ତୁ ବିରାଟ-ଅନୁଷ୍କାଙ୍କ ମଧ୍ୟରେ କିଏ ଅଧିକ ଧନୀ
Vira-Anushka Ner Worth: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ପ୍ରଶଂସକଙ୍କ ସବୁଠାରୁ ପ୍ରିୟ ଷ୍ଚାର ଦମ୍ପତ୍ତି । ଏହି ଯୋଡିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥାଏ । 11 ଡିସେମ୍ବର 2023 ରେ, ବିରାଟ ଏବଂ ଅନୁଷ୍କା ଷଷ୍ଠ ତମ ବିବାହ ବାର୍ଷିକୀ ସେଲିବ୍ରେଟ୍ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହା ଟ୍ରେଣ୍ତରେ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ଫେମସ୍ ଷ୍ଟାର କପଲଙ୍କ ରୋଜଗାର ବିଷୟରେ ।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜ ନିଜ କ୍ଷେତ୍ରରେ ବେଶ୍ ଫେମସ୍ । ଗୋଟିଏ ପଟେ ଅନୁଷ୍କା ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ବଡ ନାମ ହୋଇଥିବାବେଳେ ବିରାଟ କୋହଲି ବିଶ୍ୱ କ୍ରିକେଟର ଏକ ବଡ ଚେହେରା। ଉଭୟଙ୍କ ମଧ୍ୟରେ ୬ ମାସର ବୟସ ଅନ୍ତର ରହିଛି । ସ୍ୱାମୀ ବିରାଟ କୋହଲିଙ୍କଠାରୁ ଅନୁଷ୍କା ବଡ଼ । ଏବେ ଚାଲନ୍ତୁ ଜାଣିବା ବିରାଟ-ଅନୁଷ୍କାଙ୍କ ମଧ୍ୟରେ କିଏ ଅଧିକ ଧନୀ ।
ରିପୋର୍ଟ ଅନୁଯାୟୀ, ବରାଟ କୋହଲିଙ୍କ ନେଟ୍ ୱର୍ଥ 1050 କୋଟି ଟଙ୍କା । ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ବିରାଟଙ୍କୁ 15 ଲକ୍ଷ ଟଙ୍କା ମିଳିଥାଏ ସେହିପରି ଟି -20 ଏବଂ ଆରସିବି ତରଫରୁ ଗୋଟିଏ ମ୍ୟାଚ୍ ସେ 15 କୋଟି ଟଙ୍କା ପାଇଥାନ୍ତି । ଖାଲି ଏତିକି ନୁହେଁ ବିରାଟ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ କୋଟି ଟଙ୍କା ରୋଜଗାର କରନ୍ତି।

ସୂଚନାନୁସାରେ, ବିରାଟ କୋହଲି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ 7.5 କୋଟିରୁ 10 କୋଟି ଟଙ୍କା ନେଇଥାନ୍ତି । ଏହା ବ୍ୟତୀତ ସେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରିଥାନ୍ତି । ବିରାଟ ବିଳାସପୂର୍ଣ୍ଣ କିଣିବାକୁ ପସନ୍ଦ କରନ୍ତି । ତାଙ୍କର ରେଞ୍ଜ ରୋଭର ଭଳି ମହଙ୍ଗା ଗାଡ଼ି ରହିଛି ।
ସେହିପରି ଅନୁଷ୍କା ଶର୍ମାଙ୍କ ଆୟ ବିଷୟରେ କହିବାକୁ ଗଲେ, ସେ ସ୍ୱାମୀ ବିରାଟଙ୍କଠାରୁ ବହୁତ ପଛରେ ରହିଯାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଭିନେତ୍ରୀଙ୍କ ନେଟ୍ ୱର୍ଥ ହେଉଛି 35 ମିଲିୟନ୍ ଡଲାର୍ ଅର୍ଥାତ୍ 255 କୋଟି ଟଙ୍କା । ସେହିପରି ଅନୁଷ୍କା ଗୋଟିଏ ମାସରେ 1 କୋଟି ଟଙ୍କା ଆୟ କରନ୍ତି । ଏହା ବ୍ୟତୀତ ଅନୁଷ୍କାଙ୍କର ମଧ୍ୟ 53 କୋଟି ଟଙ୍କା ସମ୍ପତ୍ତି ରହିଛି। ଅଭିନେତ୍ରୀ ଗୋଟିଏ ଚଳଚ୍ଚିତ୍ର ପାଇଁ 12 ରୁ 16 କୋଟି ଟଙ୍କା ଚାର୍ଜ କରନ୍ତି । ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ଅଭିନେତ୍ରୀ 3 କୋଟି ଟଙ୍କା ନେଉଥିବା ବେଳେ ତାଙ୍କ ପାଖରେ ରହିଛି ଅଡି, ରେଞ୍ଜ ରୋଭର, ବେଣ୍ଟଲି ଏବଂ ବିଏମଡବ୍ଲୁ ଭଳି ମହଙ୍ଗା କାର ଅନ୍ତର୍ଭୁକ୍ତ ।












Click it and Unblock the Notifications