ମହାକୁମ୍ଭ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶର ମହାକୁମ୍ଭ ନଗରରେ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଙ୍ଗମ ସ୍ଥଳରେ ବିଭିନ୍ନ ପାରମ୍ପରିକ ରୀତିନୀତି ସମ୍ପନ୍ନ କରିବା ପାଇଁ ୧୨ କିଲୋମିଟର ଦୀର୍ଘ ନଦୀ କୂଳରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ସଂଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ । ଆସନ୍ତାମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କୁମ୍ଭ ମେଳା ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଂଗମ ସ୍ଥଳ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବ । ଏଥିରେ ରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ଯୋଗଦେବାର ଆଶା କରାଯାଉଛି ।

ସୂଚନା ମୁତାବକ ସନାତନ ସଂସ୍କୃତିର ଏହି ମହାନ ମହାକୁମ୍ଭରେ ୪୫କୋଟିରୁ ଅଧିକ ଭକ୍ତ ଦେଶ ବିଦେଶରୁ ଯୋଗଦେବେ । ଭକ୍ତମାନଙ୍କ ଲାଗି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଏବଂ ସେଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସଂଗମ ଅଞ୍ଚଳର ପ୍ରମୁଖ ଘାଟଗୁଡ଼ିକୁ ପୁନଃ ବିକଶିତ କରାଯିବା ସହ ଆବଶ୍ୟକସ୍ଥଳେ ପୂନଃ ନିର୍ମାଣ କରାଯାଉଛି । ମେଳା ଅଧିକାରୀ ଅଭିନବ ପାଠକ କହିଛନ୍ତି ଗଙ୍ଗା ଓ ଯମୁନା ନଦୀ କୂଳରେ ୭ଟି କଂକ୍ରିଟ ତିଆରି ଘାଟ ନିର୍ମାଣ କରାଯାଇଛି ।

yogi aditya nath

ଏଥିରେ ଦଶ୍ୱାସମେଧ ଘାଟ, କାଳୀଘାଟ, ଛଟନାଗ ଘାଟ, ଜିଲା ଘାଟ, ସରସ୍ୱତୀ ଘାଟ, ମୋରି ଘାଟ ଓ ମହେବା ଘାଟ ରହିଛି । ପ୍ରତ୍ୟେକ ଘାଟରେ ଭକ୍ତମାନେ ଯେଭଳି ସୁରୁଖୁରୁରେ ପୋଷାକ ପରିବର୍ତନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯାଉଛି । ଭକ୍ତମାନଙ୍କ ଲାଗି ପାଟ ଚିହ୍ନଟ ନିମନ୍ତେ ଘାଟ ଗୁଡ଼ିକରେ ତ୍ରିଶୂଳ ଏବଂ ଡମ୍ବରୁ ସ୍ଥାପନ କରାଯାଇଛି । ଏହି ମେଳାରେ କୋଟି କୋଟି ଭକ୍ତ ସମାଗମ ହେବାର ସମ୍ଭାବନା ରହିଥିବାରୁ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ।

ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ନିରୀକ୍ଷଣ ଟାୱାର ସ୍ଥାପନ କରାଯିବା ସହ ପାଟ ଗୁଡ଼ିକରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+