ଟ୍ରାକ୍‌ ଉପରେ ଠିଆ ହୋଇ ବନ୍ୟା ସ୍ଥିତି ସମୀକ୍ଷା କରୁଥିଲେ ମୁଖ୍ୟମନ୍ତ୍ରୀ, ମାଡ଼ି ଆସିଲା ଟ୍ରେନ

ଟ୍ରାକ୍‌ ଉପରେ ଠିଆ ହୋଇ ବନ୍ୟା ସ୍ଥିତି ସମୀକ୍ଷା କରୁଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏତିକି ବେଳେ ହଠାତ୍‌ ଦ୍ରୁତ ଗତିରେ ମାଡ଼ି ଆସିଲା ଟ୍ରେନ୍‌। ଫଳରେ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡାରେ।

Chadrabu Naidu

ଉବୁଟୁବୁ ହେଉଛି ଆନ୍ଧ୍ରପ୍ରଦେଶ। ଏଠି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଚେଷ୍ଟା ଜାରି ରଖିଛନ୍ତି। ଗୁରୁବାର ଦିନ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡାର ଏକ ଛୋଟ ରେଳ ବ୍ରିଜ ଉପରେ ଠିଆ ହୋଇ ବନ୍ୟା ପରିସ୍ଥିତିର ଆକଳନ କରୁଥିଲେ।

ତାଙ୍କ ସହିତ ଅନେକ ଅଧିକାରୀ ଏବଂ ଏନଏସଜି କମାଣ୍ଡୋ ମଧ୍ୟ ଥିଲେ। ଏହି ସମୟରେ ଏକ ଟ୍ରେନ୍ ଦ୍ରୁତ ଗତିରେ ମାଡ଼ି ଆସିଥିଲା। ଏହାପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ରାସ୍ତାରୁ ହଟି ଯାଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚନ୍ଦ୍ରବାବୁ ନାଇଡୁ ବ୍ରିଜର ରେଲିଂ ନିକଟରେ ଥିବା ଏକ ସଂକୀର୍ଣ୍ଣ ପ୍ଲାଟଫର୍ମରେ ଠିଆ ହୋଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+