କହିଲେ ମୁଖ୍ୟମନ୍ତ୍ରୀ ଶୁଣିଲେନି ରାଜ୍ୟପାଳ, ପୀଡ଼ିତାଙ୍କ ଭେଟିବାକୁ ଟ୍ରେନରେ ଗଲେ ରାଜ୍ୟପାଳ

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱାକଫ୍ ସଂଶୋଧନ ଆଇନକୁ ନେଇ ହୋଇଥିବା ହିଂସା ପରେ ରାଜନୀତି ବଢିଛି । ଶୁକ୍ରବାର ରାଜ୍ୟପାଳ ସିଭି ବୋଷ ହିଂସା ପୀଡ଼ିତଙ୍କୁ ଭେଟିବା ପାଇଁ ମାଲଦା ପହଞ୍ଚିଛନ୍ତି । ସେ କୋଲକାତାରୁ ଟ୍ରେନ୍ ଯୋଗେ ମାଲଦା ପହଞ୍ଚିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୱାକଫ୍ ଆଇନ ବିରୋଧରେ ପ୍ରଦର୍ଶନ ବେଳେ ଏପ୍ରିଲ୍ ୧୧ରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଆକ୍ରମଣରୁ ବଞ୍ଚିବା ପାଇଁ ଅନେକ ହିନ୍ଦୁ ପରିବାର ନିଜ ଛାଡ଼ି ପଳାୟନ କରିଛନ୍ତି । ମୁର୍ଶିଦାବାଦର ହିନ୍ଦୁମାନେ ପଡ଼ୋଶୀ ଜିଲ୍ଲା ମାଲଦାରେ ଆଶ୍ରୟ ନେଇଛନ୍ତି । ରାଜ୍ୟପାଳଙ୍କୁ ସମ୍ପୃକ୍ତ ଅଞ୍ଚଳ ଗସ୍ତ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପିଲ୍ କରିଥିଲେ । କିନ୍ତୁ ନିଜ କର୍ତ୍ତବ୍ୟ କଥା କହି ରାଜ୍ୟପାଳ ସିଭି ବୋଷ ଗସ୍ତ ବାତିଲ କଲେ ନାହିଁ ।

mamata banarjee

ରାଜ୍ୟପାଳ କହିଛନ୍ତି,'ପୀଡ଼ିତଙ୍କୁ ଭେଟିବା ସହ ହିଂସା ପ୍ରଭାବିତ ଅଞ୍ଚଳ ପରିବର୍ତ୍ତନ କରିବେ । ଏହାପରେ କେନ୍ଦ୍ର ସରକାରଙ୍କୁ ନିଜ ରିପୋର୍ଟ ଦେବେ ।' ରାଜ୍ୟପାଳ ବୋଷ କହିଛନ୍ତି ଯେ ପଶ୍ଚିମବଙ୍ଗରେ ହିଂସା ଶେଷ ହେବା ଦରକାର, ତେବେ ଯାଇ ଶାନ୍ତି ଏବଂ ସୌହାର୍ଦ ସ୍ଥାପନ ହୋଇପାରିବ ।

ସେପଟେ ମୁର୍ଶିଦାବାଦ ହିଂସା ପରେ ଆଜି ରାଷ୍ଟ୍ରୀୟ ମାନବାଧିକାର ଆୟୋଗ (NHRC) ଓ ରାଷ୍ଟ୍ରୀୟ ମହିଳା ଆୟୋଗର ସଦସ୍ୟ ବି ମାଲଦାରେ ଆଶ୍ରୟ ନେଇଥିବା ପୀଡ଼ିତାଙ୍କୁ ଭେଟିଛନ୍ତି । ଏନ୍‌ଏଚ୍‌ଆର୍‌ସି ଟିମ୍ ମାଲଦା ସ୍ଥିତ ଲାଲପୁର ହାଇସ୍କୁଲରେ କରାଯାଇଥିବା ଆଶ୍ରୟସ୍ଥଳ ପରିବର୍ତ୍ତନ କରିଛନ୍ତି । ଏପ୍ରିଲ୍ ୧୧-୧୨ରେ ମୁର୍ଶିଦାବାଦ ଜିଲ୍ଲାର ସମଶେରଗଞ୍ଜ, ସୁତୀ, ଧୂଲିଅନ୍ ଓ ଜଙ୍ଗୀପୁର ପରି ମୁସଲିମ୍ ବହୁଳ ଅଞ୍ଚଳରୁ ଶତାଧିକ ହିନ୍ଦୁ ଆସି ଏଠାରେ ଆଶ୍ରୟ ନେଇଛନ୍ତି । ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭୪ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+