ସମସ୍ତଙ୍କ ଗରେ ଏସିପିଙ୍କୁ ଚାପୁଡ଼ା ମାରିବାକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ
ଅତିରିକ୍ତ ଏସପିଙ୍କୁ ସଭା ମଞ୍ଚକୁ ଡକାଇ ଚାପୁଡ଼ା ମାରିବାକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା।

ବେଲଗାଭିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଶୋଭାଯାତ୍ରା ପରେ ଏକ ଜନସଭା ଆୟୋଜନ କରାଯାଇଥିଲା। କିନ୍ତୁ ଶୋଭାଯାତ୍ରା ସମୟରେ ବିଜେପିର କିଛି ମହିଳା କର୍ମୀ ଏଥିରେ ବାଧା ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାରେ ଢିଲା ଯୋଗୁ ଏପରି ହୋଇଥିଲା। ତେଣୁ ସଭା ମଞ୍ଚକୁ ସୁରକ୍ଷା ଦାୟିତ୍ଵରେ ଥିବା ବେଲଗାଭିର ଅତିରିକ୍ତ ଏସପିଙ୍କୁ ଡକାଇଥିଲେ ମୁଖ୍ୟମନ୍ତ୍ରୀ। ଏଏସପି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ନିକଟରେ ପହଞ୍ଚିବା ପରେ ସେ ତାଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟତ ହୋଇଥିଲେ। ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଜେପି ସିଦ୍ଦରମେୟାଙ୍କୁ ଜଣେ ପାକିସ୍ତାନୀ ସମର୍ଥକ ବୋଲି କହିଛି। ଅନ୍ୟପଟେ କଂଗ୍ରେସ ଏହି ଘଟଣାରେ ସିଦ୍ଦରମେୟାଙ୍କୁ ସମର୍ଥନ କରିଛି।












Click it and Unblock the Notifications