କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦେବେ ଫାଇନ, ଜାଣନ୍ତୁ କାହିଁକି
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରବୈୟା, କଂଗ୍ରେସ ନେତା ରଣଦୀପ ସୂର୍ଯେଓ୍ୱାଲା ଏବଂ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କୁ କୋର୍ଟ ପକ୍ଷରୁ ଏକ ବଡ ଝାଟକା ଲାଗିଛି। ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଦରବୈୟାଙ୍କୁ ୨୦୨୨ ମସିହାରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ ରଦ୍ଦ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ମାର୍ଚ୍ଚ 6 ରେ ସାଂସଦ / ବିଧାୟକଙ୍କ ସ୍ୱତନ୍ତ୍ର କୋର୍ଟରେ ହାଜର ହେବାକୁ ସିଦ୍ଦରବୈୟାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୨ରେ ତତ୍କାଳୀନ ଗ୍ରାମ ବିକାଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ କେଏସ୍ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବିକୁ ନେଇ କର୍ଣ୍ଣାଟକର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିଦ୍ଦରମୈୟାଙ୍କ ସମେତ ବହୁ କଂଗ୍ରେସ ନେତା ବୋମାଇଙ୍କ ବାସଭବନ ଘେରାଉ କରିବା ପାଇଁ ରାଲି କରିଥିଲେ। ଏହାପରେ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନର ଆଜି କର୍ଣ୍ଣାଟକ ହାଇକୋର୍ଟ ଶୁଣାଣି କରିଛନ୍ତି।
ପୁଲିସ ମୁତାବକ, କଂଗ୍ରେସ ନେତାଙ୍କ ଏହି ମାମଲା ରାସ୍ତା ଜାମ କରିବା ଓ ଯାତ୍ରୀଙ୍କୁ ହଇରାଣ କରିବା ସହ ଜଡିତ। କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, କଂଗ୍ରେସ ମହାସଚିବ ତଥା ଦଳର କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୂର୍ଯେଓ୍ୱାଲା, ମନ୍ତ୍ରୀ ଏମ୍ବି ପାଟିଲ ଓ ରାମଲିଙ୍ଗା ରେଡ୍ଡୀଙ୍କ ବିରୋଧରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ।












Click it and Unblock the Notifications