ଏଲଆଇସିରେ ହିନ୍ଦୀ ଭାଷା ଲେଖା ଦେଖି କେନ୍ଦ୍ର ଉପରେ ରାଗିଗଲେ ମୁଖ୍ୟମନ୍ତ୍ରୀ

ଭାରତର ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ଭାଷା ବ୍ୟବହାରକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି। ଏହା କେନ୍ଦ୍ରର ଭାଷାଗତ ସ୍ବେଚ୍ଛାଚାରିତା ବୋଲି ଷ୍ଟାଲିନ୍‌ କହିବା ସହ ଜବରଦସ୍ତ ହିନ୍ଦୀ ଭାଷାକୁ ଲଦିଦେବା ପାଇଁ ଏଲ୍‌ଆଇସିର ଓ୍ବେବ୍‌ସାଇଟ୍‌ ଏକ ପ୍ରଚାର ଉପକରଣରେ ପରିଣତ ହୋଇଥିବା ଅଭିଯୋଗ କରିଛନ୍ତି। ଏପରିକି ଇଂଲିଶ ଅପ୍ସନ୍‌ ଚୟନ କରିବା ପାଇଁ ହିନ୍ଦୀରେ ଦେଖାଉଥିବା ଷ୍ଟାଲିନ୍‌ ଉକ୍ତ ଓ୍ବେବ୍‌ପେଜ୍‌ର ସ୍କ୍ରିନ୍‌ଶଟ୍‌ ଏକ୍ସ'ରେ ପୋଷ୍ଟ କରି ଲେଖିଛନ୍ତି।

MK Stalin

ଭାରତର ବିବିଧତାକୁ ନଷ୍ଟ କରି ଜବରଦସ୍ତ ସଂସ୍କୃତି ଓ ଭାଷା ଲଗିଦେବା ବ୍ୟତୀତ ଏହା କିଛି ନୁହେଁ। ସମସ୍ତ ଭାରତୀୟଙ୍କ ସହାୟତାରେ ଏଲ୍‌ଆଇସିର ଅଭିବୃଦ୍ଧି ହୋଇଛି। ସଂଖ୍ୟାଗରିଷ୍ଠ ଅବଦାନକାରୀଙ୍କୁ ପ୍ରତାରିତ କରିବାର ଦୁଃସାହସ କିପରି କରାଯାଉଛି। ଏହି ଭାଷାଗତ ସ୍ବେଚ୍ଛାଚାରିତାକୁ ତୁରନ୍ତ ପ୍ରତ୍ୟାହାର କରିନିଆଯିବାକୁ ଷ୍ଟାଲିନ୍‌ ଦାବି କରିଛନ୍ତି।
ଅନ୍ୟ ଭାଷାଭାଷୀ ଲୋକଙ୍କ ଉପରେ ହିନ୍ଦୀକୁ ଜବରଦସ୍ତ ଲଦିଦିଆଯିବାକୁ ଭାଜପାର ସହଯୋଗୀ ତଥା ପିଏମ୍‌କେର ପ୍ରତିଷ୍ଠାତା ଡ. ଏସ୍‌. ରାମଦୋସ୍‌ ସମାଲୋଚନା କରିଛନ୍ତି। ଅଣହିନ୍ଦୀ ଲୋକମାନଙ୍କ ଉପରେ ହିନ୍ଦୀର ପ୍ରସାର ପାଇଁ ଏଲ୍‌ଆଇସିର ଉଦ୍ୟମକୁ ସେ ନିନ୍ଦା କରିଛନ୍ତି। ହଠାତ୍‌ କେବଳ ହିନ୍ଦୀକୁ ପ୍ରାଥମିକତା ଦେବା ଗ୍ରହଣୀୟ ନୁହେଁ, କାରଣ ଏଲ୍‌ଆଇସି ଭାରତର ବିଭିନ୍ନ ଭାଷାଭାଷୀ ଗ୍ରାହକମାନଙ୍କୁ ଆଧାର କରି ଗଢ଼ିଉଠିଛି। କେନ୍ଦ୍ର ସରକାର ଏବଂ ଏହା ନିୟନ୍ତ୍ରଣରେ ଥିବା ସମସ୍ତ ଅନୁଷ୍ଠାନ କେବଳ ହିନ୍ଦୀଭାଷୀଙ୍କର ନୁହେଁ, ସମସ୍ତ ବର୍ଗର ଲୋକମାନଙ୍କର ବୋଲି ରାମଦୋସ କହିଛନ୍ତି। ତେଣୁ ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ର ହୋମ୍‌ ପେଜ୍‌କୁ ତୁରନ୍ତ ଇଂଲିଶ ଏବଂ ତାମିଲ ଭାଷାରେ ପରିବର୍ତ୍ତନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ରେ କେବଳ ହିନ୍ଦୀ ଭାଷା ବ୍ୟବହାର କରାଯାଇଥିବାରୁ ଅନ୍ୟ ଭାଷାଭାଷୀଙ୍କ ପାଇଁ ଏହା ଏବେ ବ୍ୟବହାରଯୋଗ୍ୟ ନୁହେଁ ବୋଲି ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ ଏଡ଼ାପ୍ପାଡ଼ି କେ. ପାଲାନିସ୍ବାମୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+