ମଣିପୁର ପାଇଁ ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର; ହିଂସା ରୋକିବା ପାଇଁ ଗଲେ ୫୦ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ
ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇଥିବା ମଣିପୁରର ସ୍ଥିତି ଏବେ ଅତ୍ୟନ୍ତ ସାଂଘାତିକ ହୋଇପଡ଼ିଛି। ପୋଡ଼ାଜଳା ଯୋଗୁ ମଣିପୁର ସ୍ଥିତି ଦିନକୁ ଦିନ ବେକାବୁ ହେଉଛି। ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ଆଜି ପୁଣିଥରେ ସମୀକ୍ଷା ବୈଠକ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିବା ସହ ବଡ଼ ନିଷ୍ପତ୍ତି ନେଇଛନ୍ତି।

ମଣିପୁରରେ ହିଂସା ବଢ଼ୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବାକୁ କହିଛି। ବୈଠକ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ମଣିପୁରରେ ମୁତୟନ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। କେନ୍ଦ୍ରୀୟ ଆର୍ମଡ ପୁଲିସ୍ ଫୋର୍ସ(ସିଏପିଏଫ) ଓ ରାଜ୍ୟ ପୁଲିସ୍କୁ ମଣିପୁରରେ ଶାନ୍ତିଶୃଙ୍ଖଳା ବଜାୟୀ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରଣାଳୟ ପକ୍ଷରୁ ମଣିପୁର ପାଇଁ ଅତିରିକ୍ତ ୫୦ କମ୍ପାନୀ ସିଏପିଏଫ ଯବାନଙ୍କୁ ପଠାଯାଇଛି। ଏହାପୂର୍ବରୁ ୨୦ ପ୍ଲାଟୁନ ସିଏପିଏଫ ଯବାନ ମୁଣିପୁରରେ ମୁତୟନ ହୋଇଥିଲେ। ଏହାର ଅର୍ଥ ଏବେ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟୀ ରଖିବା ପାଇଁ ୭୦ ପ୍ଲାଟୁନ ସିଏପିଏଫ ରହିବେ।












Click it and Unblock the Notifications