ଚଳିତ ବର୍ଷ ବଜେଟରେ ଏହି ମାନଙ୍କୁ ଗୁରୁତ୍ଵ ଦେଇପାରନ୍ତି କେନ୍ଦ୍ର ସରକାର, ଜନଧନ ଆକାଉଣ୍ଟକୁ ..

ଫେବ୍ରୁଆରି ପହିଲାରେ ଆସିବାକୁ ଯାଉଛି ସାଧାରଣ ବଜେଟ୍ ୨୦୨୬ । ଏଥିରେ କେନ୍ଦ୍ର ସରକାର ମହିଳା କୈନ୍ଦ୍ରିକ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଫୋକସ କରିପାରନ୍ତି । ଜନଧନ ଆକାଉଣ୍ଟରେ ମହିଳାଙ୍କୁ ଋଣ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ବୀମା ସୁବିଧା ଉପରେ ସରକାରଙ୍କ ଧ୍ୟାନ ରହିପାରେ । ସମାବେଶୀ ଆର୍ଥିକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ ଅଧିନରେ ଏସବୁ ପଦକ୍ଷେପ ଆସିବାର ଢ଼େର ସମ୍ଭାବନା ରହିଛି । ସେହିଭଳି ସରକାର ଜନ ସୁରକ୍ଷା ସ୍କିମ ପରିସରକୁ ବୃଦ୍ଧି କରିବା ଏବଂ ବୀମା ନେଇଥିବା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ବୀମା କଭର ବୃଦ୍ଧି କରିବା ଉପରେ ମଧ୍ୟ ବିକଳ୍ପ ପ୍ରଦାନ ନେଇ ବିଚାର କରାଯିବ । ଏ ନେଇ ଅଂଶୀଦାରଙ୍କ ମତାମତ ସଂଗ୍ରହ କରିବେ ସରକାର ।

budget

ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ଏ କ୍ଷେତ୍ରରେ ମହିଳାଙ୍କ ଲାଗି ସରକାର ସ୍ୱତନ୍ତ୍ର କ୍ରେଡିଟ କାର୍ଡ, ଋଣ ଅଫରିଂ ଏବଂ ବୀମା ଉତ୍ପାଦ ଆଣିବେ । ବଜେଟରେ ଏସବୁ ପଦକ୍ଷେପ ଘୋଷଣା ହେବ । ପୂର୍ବରୁ ସରକାର ଗ୍ରାମୀଣ କ୍ରେଡିଟ ସ୍କୋର ଏବଂ ପ୍ରଥମ ପିଢ଼ୀ ଉଦ୍ୟୋଗୀଙ୍କ ଲାଗି ଋଣ ସହାୟତା ଘୋଷଣା କରିଥିଲେ । ବର୍ତ୍ତମାନ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍‌ଜି) ଏବଂ ଗ୍ରାମୀଣ ଉଦ୍ୟୋଗୀଙ୍କ ଋଣ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଉଛି । ସାମାଜିକ ସୁରକ୍ଷା ଆଧାରିତ ବିତ୍ତୀୟ ଉତ୍ପାଦ ଗୁଡ଼ିକର ଦୃଢ଼ୀକରଣ ଉପରେ ପ୍ରସ୍ତାବ ଗୁଡ଼ିକ ଅଣାଯାଉଛି । ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ମଧ୍ୟ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ତର୍ଜମା କରୁଛି ।

ଅଚଳ ଆକାଉଣ୍ଟ ଗୁଡ଼ିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଉପରେ ଫୋକସ ରହିଛି । ଏସବୁ ଆକାଉଣ୍ଟ ଗୁଡ଼ିକ ଜାରି ରହିଲେ ଋଣ ଏବଂ ବୀମା ସୁବିଧା ପ୍ରଦାନରେ ସହାୟକ ହେବ । ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଦେଶକୁ ଡିଜିଟାଲ ଅର୍ଥନୀତି କରିବାକୁ ସମାବେଶୀ ଋଣ ଯୋଗାଣ ଏବଂ ଜନଧନ ଆକାଉଣ୍ଟ ଗୁଡ଼ିକରେ ଆର୍ôଥକ ସଚେତନତା ବୃଦ୍ଧି ହେବା ଆବଶ୍ୟକ । ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ଆଧାରରେ ଜନଧନ ଯୋଜନାର ଦୀର୍ଘମିଆଦୀ ଯୋଗଦାନକୁ ନଜରରେ ରଖି ନୀତି ଆୟୋଗ ଏହାର ତଜର୍ମା କରୁଛି । ସେହିଭଳି ବଜେଟରେ ଅଣିଦାବୀଦାର ଜମା ଗୁଡ଼ିକୁ ଲୋକଙ୍କୁ ଫେରାଇବା, ବୀମା ଦାବି ସମାଧାନ ଏବଂ ନିୟାମକ ଧାରାକୁ ଦୃଢ଼ କରିବା ଭଳି ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ଉପରେ ମଧ୍ୟ ସରକାରଙ୍କ ନଜର ରହିବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+