ଜନଜାତି ଉନ୍ନତ ଗ୍ରାମ ଅଭିଯାନ ଯୋଜନା ଅଧୀନରେ ୧୭ କୋଟିରୁ ଅଧିକ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ ଯୋଜନା ଅଧୀନରେ ୧୭ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି, ଆଦିବାସୀ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ଜୀବିକା ନିର୍ବାହର ସୁଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ହୋମ୍
ଷ୍ଟେ' ବିକଶିତ କରାଯିବ।

ସେ କହିଛନ୍ତି, ଗ୍ରାମ ସମ୍ପ୍ରଦାୟର ଆବଶ୍ୟକତା ପୂରଣ ପାଇଁ ଏହି ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପରିବାର ପିଛା ଆର୍ଥିକ ସହାୟତା ପ୍ରଦାନ କରାଯିବ। ୨ଟି ନୂତନ କୋଠରୀ ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବାକୁ ଥିବା ବେଳେ ପୂର୍ବରୁ ଥିବା କୋଠରୀର ନବୀକରଣ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାୱତ ଗୃହରେ କହିଛନ୍ତି।












Click it and Unblock the Notifications