ଏମାନଙ୍କୁ ବଡ ଉପହାର ଦେଲେ କେନ୍ଦ୍ର ସରକାର , ଜାଣନ୍ତୁ କାହାକୁ
ନିର୍ବାଚନୀ ବର୍ଷରେ ଆୟକର ଛାଡ ସୀମା ବଢ଼ାଇ ନଥିବାରୁ ଏଥର କଣ ହେବ ତା ଉପରେ ସମସ୍ତଙ୍କ ନଜର ଥିଲା । ଆଉ ଆଜି କେନ୍ଦ୍ର ବଜେଟରେ ମଧ୍ୟବିତ ଓ ବେତନଭୋଗୀଙ୍କୁ ଖୁସି କରିବାକୁ ବଡ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

ବେତନଭୋଗୀ, ସରକାରୀ ଚାକିରିଆଙ୍କୁ ବଡ ଉପହାର ଦେଇଛନ୍ତି ମୋଦୀ ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟରେ ମଧ୍ୟବିତ୍ତ ବର୍ଗ ପାଇଁ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣାରୁ ସ୍ପଷ୍ଟ ହୋଇଛି ଯଦି ଜଣେ ବ୍ୟକ୍ତି ମାସିକ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥାନ୍ତି, ତାହେଲେ ତାଙ୍କୁ କୌଣସି ଇନକମ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ବର୍ଷକୁ ୧୨ଲକ୍ଷ ଟଙ୍କା ରୋଜଗାର କରୁଥିଲେ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।
ନୂଆ ଆୟକର ବ୍ୟବସ୍ଥା ଅନୁସାରେ
- ୧୨ ଲକ୍ଷ ପର୍ଯ୍ୟନ୍ତ - କିଛି ନାହିଁ
- ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ -୧୫%
-୧୬ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ - ୨୦%
- ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ - ୨୫%
-୨୪ ଲକ୍ଷରୁ ଅଧିକ ଆୟ - ୩୦ %












Click it and Unblock the Notifications