ଦେଶରେ ଡିଏପି ସାର ଅଭାବ ଖବରକୁ ଖଣ୍ଡନ କଲେ କେନ୍ଦ୍ର ସରକାର
ସାରା ଦେଶରେ ଡିଏପି ସାରର ଅଭାବ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଏଭଳି ରିପୋର୍ଟ ବିଭ୍ରାନ୍ତିକର ଏବଂ ତଥ୍ୟବିହୀନ। ଏକ ପ୍ରେସ୍ ବିଜ୍ଞପ୍ତିରେ ରାସାୟନିକ ଓ ସାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ ଏବଂ ଏହାର ସର୍ବାଧିକ ଖୁଚୁରାମୂଲ୍ୟ କୋଭିଡ୍ ସମୟରୁ ୫୦ କିଲୋଗ୍ରାମ ବ୍ୟାଗ୍ ପିଛା ଏକ ହଜାର ୩୫୦ ଟଙ୍କା ରଖାଯାଇଛି।

କୃଷକଙ୍କ ସୁବିଧା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା ୨୦୨୪ ରବି ଫସଲ ପାଇଁ ଡିଏପିର ସବସିଡି ବୃଦ୍ଧି କରାଯାଇଛି। ଏହାବ୍ୟତୀତ ୨୦୨୪-୨୦୨୫ ରବି ଫସଲ ପାଇଁ ମୋଟ ବଜେଟ୍ ଆବଣ୍ଟନକୁ ୨୪ ହଜାର ୪୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ କେତେକ ଭୂ-ରାଜନୈତିକ କାରଣ ଯୋଗୁଁ ଡିଏପିର ଉପଲବ୍ଧତା କିଛି ମାତ୍ରାରେ ପ୍ରଭାବିତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ବର୍ଷ ସେପ୍ଟମ୍ବରରୁ ନଭେମ୍ବର ମଧ୍ୟରେ ସାର ବିଭାଗ ପକ୍ଷରୁ ଉପଲବ୍ଧତା ଯଥେଷ୍ଟ ବୃଦ୍ଧି ପାଇଁ ବ୍ୟାପକ ପ୍ରୟାସ କରାଯାଇଛି।












Click it and Unblock the Notifications