ରାହୁଲ ନାଁରେ ମାମଲା ରୁଜୁ, ଶାହାଙ୍କୁ ଚିଠି ଲେଖି ସୁରକ୍ଷା ଦାବି କଲେ ଖାର୍ଗେ
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତ୍ତର ପୂର୍ବ ଆସାମରେ ହୋଇଥିବା ହୋଇଥିବା ଉତ୍ତେଜନା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁଲିସ୍ ସହ ମୁହାଁମୁହିଁ ହେବା ତଥା ଭିଡ଼କୁ ଉସକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କେସି ବେଣୁଗୋପାଳଙ୍କ ସମେତ ଶତାଧିକ ଦଳୀୟ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆସାମ ସରକାର ଜାଣିଶୁଣି ରାହୁଲ ଗାନ୍ଧିଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଗତ କିଛି ଦିନ ହେବ ଆସାମରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଖଡଗେ ଅମିତ ଶାହଙ୍କୁ ଅବଗତ କରାଇଛନ୍ତି। ରାହୁଲ ଗାନ୍ଧି ଓ କଂଗ୍ରେସ କର୍ମୀଙ୍କ ସୁରକ୍ଷା ନିମନ୍ତେ ସେ ଶାହଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଆସାମରେ ରାହୁଲ ଗାନ୍ଧିଙ୍କୁ Z+ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହ ଏପରି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ଜରୁରୀ ପଦକ୍ଷେପ ନେବାକୁ ଆସାମର ପୁଲିସ୍ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ଜୟରାମ କଂଗ୍ରେସ ନିଜ ଟ୍ୱିଟ ଆକାଉଣ୍ଟରେ ଖଡଗେଙ୍କ ଚିଠି ପୋଷ୍ଟ କରି ଆସାମ ସରକାର ରାଜ୍ୟରେ ଭୟର ବାତାବରଣ ଖେଳାଇ ରଖିଥିବା ଉଲ୍ଲେଖ କରିଛନ୍ତି।
କଂଗ୍ରେସ ସଭାପତିଙ୍କ ଚିଠି ଅନୁଯାୟୀ, "ବିଜେପି କର୍ମୀମାନେ ଆସାମ କଂଗ୍ରେସ କମିଟି ସଭାପତି ଭୁପେନ ବୋରାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେ ଏହି ଆକ୍ରମଣରେ ଆହତ ହୋଇଥିଲେ। ପରଦିନ ଜାନୁଆରୀ 22 ରେ ବିଜେପି କର୍ମୀମାନେ ନାଗାଓଁ ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ଅଟକାଇ ତାଙ୍କ ନିକଟକୁ ଆସିଥିଲେ। " ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସବୁ ବିବ୍ରତ ଘଟଣାରେ ଆସାମ ପୋଲିସ ବିଜେପି କର୍ମୀଙ୍କୁ ସୁରକ୍ଷା ଜାରି ରଖିଛି।
ବାସ୍ତବରେ, ମଙ୍ଗଳବାର (ଜାନୁୟାରୀ 23) ରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁଆହାଟି ଯିବା ରାସ୍ତାରେ ବନ୍ଦ ହୋଇଯାଇଥିଲା। ଅଭିଯୋଗ ହୋଇଛି ଯେ କିଛି କଂଗ୍ରେସ କର୍ମୀ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିଲେ, ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସାମ ପୋଲିସ ରାହୁଲ ଗାନ୍ଧୀଙ୍କ ବିରୋଧରେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ କରିଛି ।ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତ୍ତର ପୂର୍ବ ଆସାମରେ ହୋଇଥିବା ହୋଇଥିବା ଉତ୍ତେଜନା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍ ସହ ମୁହାଁମୁହିଁ ହେବା ତଥା ଭିଡ଼କୁ ଉସକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କେସି ବେଣୁଗୋପାଳଙ୍କ ସମେତ ଶତାଧିକ ଦଳୀୟ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆସାମ ସରକାର ଜାଣିଶୁଣି ରାହୁଲ ଗାନ୍ଧିଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଗତ କିଛି ଦିନ ହେବ ଆସାମରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଖଡଗେ ଅମିତ ଶାହଙ୍କୁ ଅବଗତ କରାଇଛନ୍ତି। ରାହୁଲ ଗାନ୍ଧି ଓ କଂଗ୍ରେସ କର୍ମୀଙ୍କ ସୁରକ୍ଷା ନିମନ୍ତେ ସେ ଶାହଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଆସାମରେ ରାହୁଲ ଗାନ୍ଧିଙ୍କୁ Z+ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହ ଏପରି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ଜରୁରୀ ପଦକ୍ଷେପ ନେବାକୁ ଆସାମର ପୁଲିସ୍ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ଜୟରାମ କଂଗ୍ରେସ ନିଜ ଟ୍ୱିଟ ଆକାଉଣ୍ଟରେ ଖଡଗେଙ୍କ ଚିଠି ପୋଷ୍ଟ କରି ଆସାମ ସରକାର ରାଜ୍ୟରେ ଭୟର ବାତାବରଣ ଖେଳାଇ ରଖିଥିବା ଉଲ୍ଲେଖ କରିଛନ୍ତି।
କଂଗ୍ରେସ ସଭାପତିଙ୍କ ଚିଠି ଅନୁଯାୟୀ, "ବିଜେପି କର୍ମୀମାନେ ଆସାମ କଂଗ୍ରେସ କମିଟି ସଭାପତି ଭୁପେନ ବୋରାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେ ଏହି ଆକ୍ରମଣରେ ଆହତ ହୋଇଥିଲେ। ପରଦିନ ଜାନୁଆରୀ 22 ରେ ବିଜେପି କର୍ମୀମାନେ ନାଗାଓଁ ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ଅଟକାଇ ତାଙ୍କ ନିକଟକୁ ଆସିଥିଲେ। " ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସବୁ ବିବ୍ରତ ଘଟଣାରେ ଆସାମ ପୋଲିସ ବିଜେପି କର୍ମୀଙ୍କୁ ସୁରକ୍ଷା ଜାରି ରଖିଛି।
ବାସ୍ତବରେ, ମଙ୍ଗଳବାର (ଜାନୁୟାରୀ 23) ରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁଆହାଟି ଯିବା ରାସ୍ତାରେ ବନ୍ଦ ହୋଇଯାଇଥିଲା। ଅଭିଯୋଗ ହୋଇଛି ଯେ କିଛି କଂଗ୍ରେସ କର୍ମୀ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିଲେ, ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସାମ ପୋଲିସ ରାହୁଲ ଗାନ୍ଧୀଙ୍କ ବିରୋଧରେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ କରିଛି ।

Click it and Unblock the Notifications