ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ନାଁରେ ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକି

ଜାତୀୟ ମହିଳା କମିଶନ ମୁଖ୍ୟ ରେଖା ଶର୍ମାଙ୍କ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟ ସୋଶାଲ ମିଡିଆରେ କରିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ିଛି। ମହୁଆଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରିଛି।

Mahua Moitra

ମହୁଆଙ୍କ ସୋଶାଲ ମିଡିଆ ପୋଷ୍ଟ ବିରୋଧରେ ପ୍ରଥମେ ମହିଳା କମିଶନ ପକ୍ଷରୁ ଶୁକ୍ରବାର ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା। ଏପରି କି କମିଶନ ପକ୍ଷରୁ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ପୁଲିସ୍‌ ପ୍ରାଥମିକ ଯାଞ୍ଚ ପରେ ମହୁଆଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଧାରରେ ମାମଲା ରୁଜୁ କରିଛି।

ଏବେ ଦିଲ୍ଲୀ ପୁଲିସ୍‌ ସ୍ପେଶାଲ ସେଲର Intelligence Fusion and Strategic Operations (IFSO) ୟୁନିଟ ଘଟଣାର ତଦନ୍ତ କରିବ। ୟୁନିଟ ପକ୍ଷରୁ ମହୁଆ ସୋଶାଲ ମିଡିଆ ଆକାଉଣ୍ଟକୁ ତଦନ୍ତ ପରିସର ଭୁକ୍ତ କରାଯାଇଛି।

ରେଖା ଶର୍ମାଙ୍କ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟ ହୋଇଥିବା ଆକାଉଣ୍ଟ ବିଷୟରେ ୟୁନିଟ ବିସ୍ତୃତ ତଥ୍ୟ ହାସଲ କରିଛି। ଏହାପରେ ଘଟଣାର ତଦନ୍ତ ଆଗକୁ ବଢ଼ିବ ବୋଲି ପୁଲିସ କହିଛି।

ହାଥରସର ଯେଉଁ ସ୍ଥାନରେ ଦଳାଚକଟା ହୋଇଥିଲା ଗୁରୁବାର ସେଠାକୁ ରେଖା ଶର୍ମା ଯାଇଥିଲେ। ଏହି ସମୟରେ ରେଖା ଶର୍ମାଙ୍କ ପାଇଁ ତାଙ୍କ ପଛରେ ଥିବା ଜଣେ ବ୍ୟକ୍ତି ଛତା ଧରିଥିଲେ। ରେଖା ଶର୍ମା କାହିଁକି ନିଜ ଛତା ନିଜେ ଧରି ପାରୁ ନାହାନ୍ତି ବୋଲି ମହୁଆ ପ୍ରଶ୍ନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+