ପ୍ରବଳ ବର୍ଷାରେ ଜଳବନ୍ଦୀ ହେଲା ରାଜଧାନୀ ଦିଲ୍ଲୀ
ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ରାଜଧାନୀ ବାସିନ୍ଦା। କିଛି ଘଣ୍ଟାର ଲଗାଣ ବର୍ଷା ପରେ ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ କାର୍ ଭାସୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେପଟେ ବିମାନବନ୍ଦର ସିଲିଂ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି।

ପାଣିପାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀରେ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରାୟ ୧୫ ସେମି ବର୍ଷା ହୋଇଥିଲା। ଶୁକ୍ରବାର ରାତି ୨.୩୦ରୁ ସକାଳ ୫.୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ସଫଦରଜଙ୍ଗରେ୧୪୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଲଗାଣ ବର୍ଷା ଫଳରେ ଅନେକ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଯାଇଛି। ଫଳରେ ଘରେ ଭିତରେ ଆସବାବପତ୍ର ଭାଶୁଛି। ରାସ୍ତାରେ କାର୍ ମୋଟର ମଧ୍ୟ ଭାସୁଛି। ବିଶେଷ କରି ଯାତାୟତ ପଭାବିତ ହୋଇଛି। ସେପଟେ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଟୟର୍ମିନାଲ୍-୧ର ସିଲିଂ ଭୁଶୁଡି ପଡ଼ିଛି।
ସିଲିଂର ଭଗ୍ନାବଶେଷ ଏକାଧିକ କାର୍ ଉପରେ ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟର୍ମିନାଲରେ ସମସ୍ତ ପ୍ରସ୍ଥାନ ଗେଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏଥିସହ ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇ ଥିବାବେଳେ ମଧ୍ୟରାତ୍ରିରୁ ଷୋହଳଟି ଅବତରଣ କରିବାକୁ ଥିବା ବିମାନ ଏବଂ ବାରଟି ଉଡ଼ାଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି।
ଟ୍ରାଫିକ ପୁଲିସ ଅନେକ ରାସ୍ତାର ଦିଗ ପରିବର୍ତ୍ତନ କରିଛନ୍ତି। ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀକୁ ଲାଗିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ରାଜପଥର ମାର୍ଗ ପରିବର୍ତ୍ତନ କରାଯାଇଛି।












Click it and Unblock the Notifications