ସରିଲା ପ୍ରଚାର; ଆସନ୍ତା କଲି ଝାଡଖଣ୍ଡର ଦ୍ଵିତୀୟ ପର୍ଯ୍ୟାୟ, ମହାରାଷ୍ଟ୍ରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ
ନଭେମ୍ବର ୨୦ ଅର୍ଥାତ୍ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ । ଏନେଇ ସୋମବାର ସଂଧ୍ୟାରୁ ପ୍ରଚାର ଶେଷ ହୋଇଛି । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବାବେଳେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ୩୮ ଆସନରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଆସନ୍ତା ୨୩ ତାରିଖରେ ଏହି ଦୁଇ ରାଜ୍ୟ ସମେତ କିଛି ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳ ପ୍ରକାଶ ପାଇବ ।

ମହାରାଷ୍ଟ୍ରରେ ମୋଟ୍ ୨୮୮ ବିଧାନସଭା ଆସନରେ ମତଦାନ ହେବ । ଏଥିମଧ୍ୟରୁ ୨୩୪ ଅସନ ଅଣସଂରକ୍ଷିତ ସିଟ୍ ରହିଥିବା ବେଳେ ୨୯ ଆସନ ଜନଜାତି ଏବଂ ୨୫ଟି ବିଧାନସଭା ସିଟ୍ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ ରହିଛି । ସେହିପରି ଚଳିତ ନିର୍ବାଚନରେ ୭,୦୭୮ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୨,୯୩୮ଜଣ ଶେଷ ସମୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ମୋଟ୍ ୪, ୧୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯.୭ କୋଟି ଭୋଟର । ଏନେଇ ୧,୦୦,୧୮୬ଟି ମତଦାନ କେନ୍ଦ୍ର ତିଆରି ହୋଇଛି ।
ମୁଖ୍ୟ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ମୋଟ୍ ୯,୭୦,୨୫,୧୧୯ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରେ ୫,୦୦,୨୨,୭୩ଜଣ ପୁରୁଷ ଏବଂ ,୬୯,୯୬,୨୭୯ଜଣ ମହିଳା ଏବଂ ୬,୧୦୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ୨୨, ୨୨,୭୦୪ଜଣ ୧୮ରୁ ୧୯ ବର୍ଷିୟ ଭୋଟର ରହିଛନ୍ତି । ସେହିପରି ଶହେ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୪୭, ୩୯୧ ରହିଛି ।
ସେପଟେ ଝଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟରେ ବଳକା ୩୮ଟି ବିଧାସଭାନ ଆସନରେ ମତଦାନ ହେବ । ୫୨୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୨୩ କୋଟି ପଞ୍ଜୀକୃତ ଭୋଟର । ବୁଧବାର ମତଦାନ ପାଇଁ ୧୪, ୨୧୮ଟି ମତଦାନ କେନ୍ଦ୍ର ହୋଇଛି । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications