୨୮ ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ

ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ ୨୮ରୁ ଆରମ୍ଭ ହୋଇପାରେ ଓ କେନ୍ଦ୍ରୀୟ ବଜେଟ୍ ୧ ଫେବୃଆରୀ ରବିବାର ଉପସ୍ଥାପନ ହୋଇପାରେ। ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଦ୍ୱାରା ନିର୍ଦ୍ଧାରିତ ସମ୍ଭାବିତ କାର୍ଯ୍ୟକ୍ରମର ସୂଚନା ଦେଇ ଅଧିକାରୀମାନେ ଶୁକ୍ରବାର ଏହା କହିଛନ୍ତି। ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁୟାରୀ ୨୮ ତାରିଖ ଦିନ ସଂସଦରେ ଉଭୟ ସଦନର ସଂଯୁକ୍ତ ବୈଠକକୁ ସମ୍ବଦ୍ଧିତ କରିବେ।

budget session

ବର୍ଷର ପ୍ରଥମ ଅଧିବେଶନର ପ୍ରଥମ ଦିନ ସାଧାରଣତଃ ରାଷ୍ଟ୍ରପତିଙ୍କ ପାରମ୍ପରିକ ଅଭିଭାଷଣ ସହ ଆରମ୍ଭ ହୋଇଥାଏ। ତେବେ ବିଟିଂ ରିଟ୍ରିଟ ସମାରୋହ ଯୋଗୁ ଜାନୁୟାରୀ ୨୯ ତାରିଖ ଦିନ ସଂସଦର ଉଭୟ ସଦନରେ ବୈଠକ ହେବ ନାହିଁ। ହେଲେ ପରବର୍ତ୍ତି ବୈଠକ ଜାନୁୟାରୀ ୩୦ ତାରିଖରେ ହେବାକୁ ଥିବା ବେଳେ ଏହି ଦିନ ସଂସଦରେ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ ହେବ। ଏହା ପରବିନ ଅର୍ଥାତ ୩୧ ଜାନୁୟାରୀରେ ଉଭୟ ସଦନର ବୈଠକ ହେବ ନାହିଁ। ତେବେ ୧ ଫେବୃଆରୀ ରବିବାର ଦିନ ସଦନରେ ଅର୍ଥମନ୍ତ୍ରୀ ବାର୍ଷିକ ବଜେଟ୍ ଉପସ୍ଥାପନ କରିପାରନ୍ତି।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ କେନ୍ଦ୍ରୀୟ ବଜେଟ୍ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚା ପରେ ସଂସଦର ବୈଠକ ଫେବୃଆରୀ ୧୩ ତାରିଖ ଦିନ ପାଖାପାଖି ୧ ମାସ ଅବକାଶ ପାଇଁ ସ୍ଥଗିତ ହୋଇପାରେ। ପରେ ସଂସଦର ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୯ ତାରିଖରେ ଆରମ୍ଭ ହେବ। ଏହି ଅଧିବେଶନ ୨ ଏପ୍ରିଲ ଗୁରୁବାର ସମାପ୍ତ ହେବ। ଅଧିକାରୀମାନେ କହିଛନ୍ତି ଯେ ସାଧାରଣତଃ ସଂସଦ ଶୁକ୍ରବାରକୁ ବନ୍ଦ ରହେ। ତେବେ ୩ ଏପ୍ରିଲ ଗୁଡଫ୍ରାଇଡେ ଓ ଏହା ପରେ ସପ୍ତାହନ୍ତକୁ ଧ୍ୟାନରେ ରଖି ଅଧିବେଶନ ଏପ୍ରିଲ ୨ ତାରିଖରେ ସମାପ୍ତ ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+