କରୀନାଙ୍କ ଆଗାମୀ ଚଳଚ୍ଚିତ୍ର 'ଦ ବକିଙ୍ଗହମ୍ ମର୍ଡର୍ସ' ଟିଜର୍ ରିଲିଜ୍
The Buckingham Murders Teaser Out: କରୀନା କପୁର ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ଦ ବକିଙ୍ଗହମ୍ ମର୍ଡର୍ସ'ର ଟିଜର ଅଗଷ୍ଟ 20 ତାରିଖ ମଙ୍ଗଳବାର ଦିନ ମୁକ୍ତିଲାଭ କରିଛି। ଏହା ଏକ ଥ୍ରୀଲର ଚଳଚ୍ଚିତ୍ର । ଏହି ସିନେମାରେ କରୀନାଙ୍କ ଲୁକ୍ ପୁଣି ପ୍ରଶଂସକଙ୍କୁ ପ୍ରଭାବିତ କରିଛି । କରୀନା କପୁର ଖାନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଆଗାମୀ ଫିଲ୍ମର ଟିଜର ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଟିଜର ସସପେନ୍ସ ଏବଂ ରୋମାଞ୍ଚକର ପରିପୂର୍ଣ୍ଣ । ତେବେ ନିର୍ମାତାମାନେ ଆଶା ରଖିଛନ୍ତି ଯେ ଏହି ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହେବ ।

'ଦ ବକିଙ୍ଗହମ୍ ମର୍ଡର୍ସ'ରେ କରୀନା କପୁର ଖାନ ଏବଂ ଏକତା କପୁର ପୁଣିଥରେ ଏକାଠି କାମ କରୁଛନ୍ତି । ଏକତା ଏହି ଚଳଚ୍ଚିତ୍ରର ନିର୍ମାତା । ଏହା ପୂର୍ବରୁ କରୀନା ଏକତା କପୁରଙ୍କ ଫିଲ୍ମ 'କ୍ରୁ'ରେ ମଧ୍ୟ କାମ କରିଥିଲେ। 'ଦ ବକିଙ୍ଗହମ୍ ମର୍ଡର୍ସ' ରେ ଅଭିନେତ୍ରୀ କରୀନା କପୁର ଖାନ ପୋଲିସ୍ ଭୂମିକାରେ ନଜର ଆସିବେ । ତାଙ୍କୁ ବକିଂହାମଶେରରେ ହତ୍ୟା କରାଯାଇଥିବା ଶିଶୁର ମୃତ୍ୟୁ ମାମଲା ତଦନ୍ତ କରୁଥିବାର ଦେଖିବା ପାଇଁ ମିଳିବ ।
କରୀନାଙ୍କ ବସ୍ ଲେଡି ଲୁକ୍ ପ୍ରଶଂସକମାନଙ୍କୁ ବେଶ୍ ପସନ୍ଦ ଆସୁଛି । କରୀନାଙ୍କ ଦମଦାର ଅନ୍ଦାଜ ଲୋକଙ୍କୁ ବେଳ ପ୍ରଭାବିତ କରୁଛି । ତେବେ ଏହି ଫିଲ୍ମରେ କରୀନାଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବା ପାଇଁ ମିଳୁଛି । କରୀନା କପୁରଙ୍କ ଏହି ଆଗାମୀ ଚଳଚ୍ଚିତ୍ରକୁ ପ୍ରସିଦ୍ଧ ନିର୍ଦ୍ଦେଶକ ହାନସାଲ ମେହେତା ନିର୍ଦ୍ଦେଶନା ଦେଇଛନ୍ତି। The Buckingham Murders ପ୍ରଥମେ 2023 ରେ ମୁକ୍ତିଲାଭ କରିବାର ଥିଲା।












Click it and Unblock the Notifications