ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍କୁ ଜାମିନ
Chhota Rajan Bail News: ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ତାଙ୍କୁ ଜାମିନ ମିଳିଛି ।2001 ରେ ଜୟା ଶେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଛୋଟା ରାଜନଙ୍କୁ ଏହି ଅଭିଯୋଗ ଗିରଫ କରାଯାଥିଲା । ମେ 30, 2024 ରେ, ଏକ ସ୍ୱତନ୍ତ୍ର MCOCA କୋର୍ଟ ରାଜନଙ୍କୁ ଅନ୍ୟମାନଙ୍କ ସହ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ରାଜନ ଏହି ଦଣ୍ଡ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ବୁଧବାର ଶୁଣାଣି ସମୟରେ ଜଷ୍ଟିସ ରେବତି ମୋଇତେ ଡେରେ ଓ ଜଷ୍ଟିସ ପୃଥ୍ୱୀରାଜ ଚୌହାନଙ୍କ ଖଣ୍ଡପୀଠ 1 ଲକ୍ଷ ଟଙ୍କା ବଣ୍ଡ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ହେଲେ ଜାମିନ ମିଳିବା ସତ୍ୱେ ତାଙ୍କୁ ଜେଲରେ ହିଁ ରହିବା ପାଇଁ ପଡିବ ।












Click it and Unblock the Notifications