BMW କାର ହେମନ୍ତ ସୋରେନଙ୍କର ନୁହେଁ, ଇଡି
ହେମନ୍ତ ସୋରାନଙ୍କ ଦିଲ୍ଲୀ ବାସଭବନରୁ ଉଦ୍ଧାର ହୋଇଥିବା ବିଏମଡବ୍ଲୁକୁ ନେଇ ନୂଆ ମାମଲା ସାମ୍ନାକୁ ଆସିଛି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରୁ ଉଦ୍ଧାର ହୋଇଥିବା ବିଏମଡବ୍ଲୁ କାର ତାଙ୍କର ନୁହେଁ । ଏହି କାର କଂଗ୍ରେସ ନେତା ଧୀରଜ ସାହୁଙ୍କ ଏକ କମ୍ପାନୀ ନାମରେ ଏହା ପଞ୍ଜିକୃତ ହୋଇଛି । ଇଡି ଏହି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଇଡି କଂଗ୍ରେସ ନେତା ଧୀରଜ ସାହୁଙ୍କୁ ଡକାଇ ପଚରାଉଚରା ପାଇଁ କହିଛନ୍ତି । ସୂଚନା ଅନୁଯାୟୀ, ଫେବୃଆରୀ 10 ରେ ପଚରାଉଚରା ପାଇଁ ଇଡି ଧୀରଜ ସାହୁଙ୍କୁ ଡାକିଛି ।

ଗତ ବର୍ଷ ଡିସେମ୍ବରରେ ଇନକମ ଟ୍ୟାକ୍ସ ଝାଡଖଣ୍ଡରେ କଂଗ୍ରେସ ନେତା ଧୀରଜ ସାହୁଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ 351 କୋଟି ଟଙ୍କା ଜବତ କରାଯାଇଥିଲା । 10 ଦିନ ଧରି ଚାଲିଥିବା ଏହି ଚଢ଼ାଉରେ 40 ଟି ନୋଟ୍ ଗଣନା ମେସିନ୍ ବ୍ୟବହୃତ ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, କାରଟି ଗୁରୁଗ୍ରାମର ଭଗବାନ୍ ଦାସ ହୋଲ୍ଡିଂ ଲିମିଟେଡ୍ ନାମକ ଏକ କମ୍ପାନୀ ନାମରେ ପଞ୍ଜିକୃତ ହୋଇଛି। ଏହି କମ୍ପାନୀ ବ୍ୟବସାୟୀ ତଥା କଂଗ୍ରେସ ନେତା ଧୀରଜ ସାହୁଙ୍କର ଅଟେ। 16 ଅକ୍ଟୋବର 2023 ରେ BMW କାର ନିଆଯାଇଥିଲା | ଏହି କାରଟି ଇଡି ଝାଡଖଣ୍ଡର ପୂର୍ବତନ ସିଏମ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡିକୁ ମିଳିଥିଲା ।
ଅର୍ଥ ହେରଫେର୍ ମାମଲାରେ ଜାନୁଆରୀ 31ରେ ସୋରେନଙ୍କୁ ଗିରଫ କରାଯାଇଥିଲା । ହେମନ୍ତ ସୋରେନଙ୍କୁ ଦୀର୍ଘ ଦିନର ପଚରାଉଚରା ପରେ ଇଡି ଗିରଫ କରିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଫେବୃଆରୀ 12 ରେ ଝାଡଖଣ୍ଡ ହାଇକୋର୍ଟରେ ଶୁଣାଣି ହେବ।












Click it and Unblock the Notifications