ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ୍, ଗୃହରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା

ଲୋକସଭାରେ ମନରେଗା ନାମ ପରିବର୍ତ୍ତନ ବିଲ୍‌ ଆଗତ । ଆଗତ ହେଲା 'ଭିବି-ଜି ରାମ ଜି' ବିଲ୍‌ । 'ବିକଶିତ ଭାରତ-ଗ୍ୟାରେଣ୍ଚି ଫର୍‌ ଆଣ୍ଡ୍‌ ଆଜୀବିକା ମିଶନ-ଗ୍ରାମୀଣ' ଉପସ୍ଥାପନ କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଏହି ବିଲ୍‌କୁ କଂଗ୍ରେସ ଏବଂ ଟିଏମ୍‌ସିର ଜୋରଦାର ବିରୋଧ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସଂସଦ ବାହାରେ ଏକ ପ୍ରତିବାଦ ଶୋଭାଯାତ୍ରାର ବାହାରିଛନ୍ତି । ସେ କହିଛନ୍ତି, "ସତ କଥା ହେଉଛି ଯୋଜନାର ନାମ ପରିବର୍ତ୍ତନ କରିବା ଆଳରେ ସେମାନେ ଏହାକୁ ବାତିଲ କରିବାକୁ ଚାହୁଛନ୍ତି । ମନରେଗା ଆଇନକୁ ବଦଳାଇବା ଯେଉଁ ନୂତନ ବିଲ୍ ଆସିଛି , ତାହା ଗ୍ରାମୀଣ ଶ୍ରମିକଙ୍କ କାମ କରିବାର ଅଧିକାରକୁ ଦୁର୍ବଳ କରିବ । ଏହି ବିଲ୍ ସମ୍ବିଧାନର ବିରୁଦ୍ଧରେ ।

Minnaga was introduced in Parliament
ଗ୍ରାମାଞ୍ଚଳର ଲୋକାମାନଙ୍କୁ ସରକାରଙ୍କ ତରଫରୁ ବାର୍ଷିକ ୧୦୦ ଦିନର କାମ ଯୋଗାଇବାକୁ ୟୁପିଏ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଲାଗୁ କରିଥିଲେ । ଏବେ ଏନଡିଏ ସରକାର ଏହି ଯୋଜନାର ନାମ ସହ କିଛି ନିୟମ ମଧ୍ୟ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର । ମନରେଗାର ନୂଆ ରୂପ "ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ' ବିଲ୍ ୨୦୨୫ ବା "ଭିବି-ଜୀ-ରାମ ଜୀ' ପ୍ରସ୍ତୁତ ହୋଇଛି । ଏହି ବିଲକୁ ଆଜି ଶୀତକାଳନୀ ଅଧିବେଶନରେ ଲୋକସଭାରେ ଉପସ୍ଥାପନ କରାଗଲା । ଏନେଇ କୁହାଯାଇଛି କି, ଏହାର ଉଦ୍ଦେଶ୍ୟ "ବିକଶିତ ଭାରତ ୨୦୪୭' ପାଇଁ ରାଷ୍ଟ୍ରୀୟ ଭିଜନର ଅନୁରୂପ ଗ୍ରାମୀଣ ବିକାଶର ନୂଆ ଢ଼ାଞ୍ଚା ପ୍ରସ୍ତୁତ କରିବା । ମନରେଗାର ପରିବର୍ତ୍ତନ କେବଳ ନାମକୁ ନେଇ ନୁହେଁ ବରଂ ନିୟମରେ ମଧ୍ୟ ହେବାକୁ ଯାଉଛି । ଏଥିରେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ୧୦୦ ଦିନରୁ ଅଧିକ ଦିନ କାମ ମିଳିବ । ଏହା ସହ ପୂର୍ବ ଅପେକ୍ଷା ଖୁବଶୀଘ୍ର ଶ୍ରମିକଙ୍କ ଖାତାକୁ ପାରିଶ୍ରାମିକ ଯିବ । ଏହାସହ ରାଜ୍ୟ ସରକାରଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ । କାରଣ ଆର୍ଥିକ ଅନୁଦାନର ତରିକା ବି ବଦଳିବାକୁ ଯାଉଛି । ପୂର୍ବରୁ ଏହି ଯୋଜନାର ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ନୂଆ ନିୟମ ମୁତାବକ କିଛି ଅନୁଦାନ ରାଜ୍ୟ ସରକାରଙ୍କୁ ବି ଦେବାକୁ ପଡ଼ିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+