ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଇଚ୍ଛା ମୃତ୍ୟୁ ଅଧିକାର କଲେ ଲାଗୁ

କର୍ଣ୍ଣାଟକରେ ସ୍ଥାନୀୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ରାଇଟ ଟୁ ଡାଏ ଆକ୍ଟ ୱିଥ ଡିଗନିଟି ତଥା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାରକୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର। ଅର୍ଥାତ କୌଣସି ଗମ୍ଭୀର ରୋଗରେ ପୀଡିତ ଥିଲେ କିମ୍ବା ଯେଉଁ ରୋଗର ଚିକିତ୍ସା ଆଉ ନାହିଁ, ସେଭଳି ସ୍ଥିତିରେ ସଂପୃକ୍ତ ବ୍ୟକ୍ତି ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର ଅନୁସାରେ ନିଜ ଜୀବନ ତ୍ୟାଗ କରିପାରିବେ।

Right To Die With Dignity

ଏଭଳି ଏକ ପିଟିସନରେ ୨୦୨୩ ଜାନୁୟାରୀରେ ଶୁଣାଣି କରି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ଅଧିକାର ଲାଗୁ କରିବାକୁ ଆଦେଶ ଦେଇଥିଲେ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ସମ୍ମାନଜନକ ଇଚ୍ଛାମୃତ୍ୟୁ କେବଳ ସେହି ରୋଗୀଙ୍କ ପାଇଁ ଲାଗୁ ହେବ, ଯିଏ ଲାଇଫ ସପୋର୍ଟ ସିଷ୍ଟମରେ ଥିବେ। ୩ ଜଣ ସଦସ୍ୟଙ୍କୁ ନେଇ ଗଠିତ ଡାକ୍ତରୀଟିମ ରୋଗୀଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଥମେ ନିରିକ୍ଷଣ କରିବେ। ପରେ ଏନେଇ କୋର୍ଟଙ୍କୁ ଏକ ରିପୋର୍ଟ ଦେବା ପରେ କୋର୍ଟଙ୍କ ଆଦେଶ ମିଳିଲେ ହିଁ ଇଚ୍ଛାମୃତ୍ୟୁ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ।

ତେବେ ଏଥିପାଇଁ ରୋଗୀଙ୍କ ପରିବାରର ଅନୁମତି ବାଧ୍ୟତାମୂଳକ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଏହା ଲାଗୁ ହୋଇପାରିବ। ମାନବ ଅଙ୍ଗ ଏବଂ ଟିସୁଜ୍ ପ୍ରତିରୋପଣ ଅଧିନିୟମ-୧୯୯୪ ଅନୁସାରେ ଏହି ଅଧିକାର ଲାଗୁ ହୋଇପାରିବ ବୋଲି କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ଇଚ୍ଛାମୃତ୍ୟୁକୁ ନେଇ ସାରା ବିଶ୍ୱରେ ତର୍କ ବିତର୍କ ଜାରି ରହିଛି । ଗୋଟିଏ ପକ୍ଷ ଏହାକୁ ଅନୁମତି ମିଳିବା ଉଚିତ ବୋଲି କୁହୁଥିବା ବେଳେ ଅନ୍ୟ ପକ୍ଷ ଏହାକୁ ଭୁଲ ବୋଲି କହୁଛନ୍ତି । ଏହି କ୍ରମରେ ବିଶ୍ୱର ଅନେକ ଦେଶ ଇଚ୍ଛାମୃତ୍ୟୁକୁ ମାନ୍ୟତା ଦେଇଥିବା ବେଳେ ନିକଟରେ ଏହି ଦେଶ ତାଲିକାରେ ପୁଣି ଯୋଡି ହୋଇଥିଲା ଆଉ ଏକ ଦେଶ । ୟୁରୋପୀୟ ଦେଶ ପର୍ତ୍ତୁଗାଲ ସଂସଦରେ ଇଚ୍ଛାମୃତ୍ୟୁକୁ ମାନ୍ୟତା ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+