ଲାଲକିଲ୍ଲା ବ୍ଲାଷ୍ଟରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମରର କଳା କାରନାମା

ଲାଲକିଲ୍ଲା ବ୍ଲାଷ୍ଟରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି । ୨ ବର୍ଷ ଧରି ଚାଲିଥିଲା ଭୟଙ୍କର ଷଡ଼ଯନ୍ତ୍ର । ଏକାଧିକ ସହରକୁ ଉଡାଇବାକୁ ହୋଇଥିଲା ପ୍ଲାନ । ବ୍ଲାଷ୍ଟ ହେବା ପୂର୍ବରୁ ଗୋଟିଏ ପରେ ଗୋଟିଏ ସ୍ଥାନକୁ ଯାଇ ରେକି କରିଥିଲେ ବିସ୍ଫୋରଣକାରୀ । ୨ ବର୍ଷ ହେବ ବିପୁଳ ପରିମାଣ ଆମୋନିଆ ନାଇଟ୍ରେଟ ବିସ୍ଫୋରକ ଯୋଗାଡ଼ ହେଉଥିଲା । ଗିରଫ ୟୁପି ଡାକ୍ତର ଶାହିନ୍ ଶାହିଦଙ୍କ ବୟାନରେ ଏହି ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ସେପଟେ ଘଟଣାସ୍ଥଳରେ ଏନଆଇଏ ଛାନଭିନ କରିଛି ।

ଲାଲକିଲ୍ଲାରେ ମେଟ୍ରୋ ଷ୍ଟେସନ ନିକଟରେ ଏକ ଆଇ-୨୦ କାର୍‌ରେଭୟଙ୍କର ବିସ୍ଫୋରଣ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି । ପୁଲିସ୍ ମୁତାବକ ଏହି ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛି ଡାକ୍ତର ଉମର । ଧଳା କୋଟ୍ ପିନ୍ଧି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପଣ କରିଥିବା ମଣିଷର କଳା କାରନାମା ଆଜି ସମସ୍ତଙ୍କୁ ଚକିତ କରିଛି । ଦିଲ୍ଲୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଉମର ନବି ବିଷୟରେ ଏକ ଖବର ସାମ୍ନାକୁ ଆସିଛି । ରୋଗୀ ମୃତ୍ୟୁ ପାଇଁ ଚାକିରିରୁ ତଡ଼ା ଖାଇଥିଲା ଉମର ।

Omar

ବ୍ୟସ୍ତବହୁଳ ଲାଲକିଲ୍ଲାରେ ସୋମବାର ହୋଇଥିବା ଭୟଙ୍କର ବିସ୍ଫୋରଣ କେବଳ ଦିଲ୍ଲୀ ନୁହେଁ ଦେଶକୁ ଦୋହଲାଇ ଦେଇଛି । ବିସ୍ଫୋରଣ ଘଟାଇଥିବା କାର୍ କିଏ ଚଲାଉଥିଲା ? ସେ କିଏ ତାହା ଜାଣିବାକୁ ଟିଭି, ମେବାଇଲ ସ୍କ୍ରିନ ଉପରେ ସମସ୍ତଙ୍କ ନଜର ରହିଥିଲା । ଫ୍ୟାଶନେବଲ ହେୟାର କଟ୍, ଫ୍ରେଜ କଟ୍ ଦାଢି କଟା, ଆଖିରେ ଚଷମା । ଡାକ୍ତର ଉମର ନବିର ଏହି ଫଟୋ ଦେଖି କେହି ବିଶ୍ୱାସ କରିପାରୁନାହାନ୍ତି ଜଣେ ଡାକ୍ତର, ଯିଏ କି ଜୀବନ ବଞ୍ଚାଇବା କଥା ସେ ଏତେ ଜଣଙ୍କ ଜୀବନ ନେଲେ କିପରି ? ଏବେ ଉମର ବାବଦରେ ଏକ ଘଟଣା ସାମ୍ନାକୁ ଆସିଛି । ଫରିଦାବାଦ ପୂର୍ବରୁ ଜମ୍ମୁକାଶ୍ମୀର ହସ୍ପିଟାଲରେ ଉମର ଚାକିରି କରୁଥିଲା ।

ସେଠାରେ ରୋଗୀଙ୍କ ମୃତ୍ୟୁ ପାଇଁ ଚାକିରିରୁ ବହିଷ୍କାର ହୋଇଥିଲା । ଅବସରପ୍ରାପ୍ତ ମେଡିକାଲ ପ୍ରଫେସର ଡାକ୍ତର ଗୁଲାମ ଜିଲାନୀ ରମସୁ ନବି ସମ୍ପର୍କରେ ଏହି ସୂଚନା ଦେଇଛନ୍ତି । ନବିକୁ ଚାକିରିରୁ ବହିଷ୍କାର କରିଥିବା କମିଟିର ୪ ଜଣ ସଦସ୍ୟଙ୍କ ମଧ୍ୟରୁ ଗୁଲାମ ଜିଲାନୀ ଜଣେ ଥିଲେ । ଶ୍ରୀନଗରରୁ ଏମ୍ବିବିଏସ ଓ ଏମ୍ଡି କରିବା ପରେ ୨୦୨୩ରେ ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ନବି ସିନିଅର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲା ।

ଜିଲାନୀ ଜେନେରାଲ ଭେଷଜ ବିଭାଗରେ ନବିର ବରିଷ୍ଠ ଥିଲେ । ଉମର ନବି ବିରୋଧରେ ପାରାମେଡିକାଲ ଷ୍ଟାଫଙ୍କଠାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ରହିଥିଲା । ସେ ଅନେକ ସମୟରେ ହସ୍ପିଟାଲରେ ଅନୁପସ୍ଥିତ ରହୁଥିଲେ । ନବିର ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୪ ଜଣିଆ ବରିଷ୍ଠ ଡାକ୍ତରଙ୍କ ଏକ କମିଟି ଗଠନ କରାଯାଇଥିଲା । ତଦନ୍ତରୁ ନବି ଡ୍ୟୁଟିବେଳେ ଅନୁପସ୍ଥିତ ରହିବାର ପ୍ରମାଣ ମିଳିଥିବାବେଳେ କମିଟି ତାକୁ ଚାକିରିରୁ ବିଦା କରିବାକୁ ସୁପାରିସ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+