ଜମ୍ମୁ-କଶ୍ମୀରେ ଆତଙ୍କବାଦୀମାନଙ୍କୁ ଠାବ କରିବା ଲାଗି ସେନା ପକ୍ଷରୁ ଜୋରଦାର ହେଲା ତଲାସୀ ଅଭିଯାନ

ଜାମ୍ମୁ କାଶ୍ମୀରର ଅଖ୍‍ନୁର ସେକ୍ଟର ଅଞ୍ଚଳରେ ସେନାବାହିନୀ ଗାଡ଼ି ଉପରକୁ ସନ୍ତ୍ରାସବାଦୀମାନେ ଗୁଳି ଚାଳନା କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଜାମ୍ମୁ ଜିଲ୍ଲା ଅନ୍ତର୍ଗତ ଅଖ୍‍ନୁର୍‍ ସେକ୍ଟରର ବାତାଲ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।

ଖାଓର ବାତାଲ ଅଞ୍ଚଳରେ ସନ୍ତ୍ରାସବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ତଲାସି ଅଭିଯାନକୁ ଜୋରଦାର କରାଯାଇଛି । ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଗୁଳି ଚାଳନାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ସୁରକ୍ଷା ବାହିନୀ ଏବଂ ପୋଲିସ୍‍ ପକ୍ଷରୁ ସେହି ଗ୍ରାମଗୁଡ଼ିକୁ ଚତୁର୍ଦ୍ଦିଗରୁ ଘେରାଉ କରାଯାଇ ତଲାସୀ କାର୍ଯ୍ୟକୁ କଡ଼ାକଡ଼ି କରାଯାଇଛି ।

army

ଲୁଚିରହିଥିବା ସନ୍ତ୍ରାସବାଦୀମାନଙ୍କୁ ଧରିବା ଲାଗି ବହୁସଂଖ୍ୟାରେ ସେନାବାହିନୀ ଯବାନମାନଙ୍କୁ ସେହି ଅଞ୍ଚଳରେ ମୁତୟନ କରାଯାଇଛି । ଜଗୁଆନ୍‍ ଆସନ ଟେମ୍ପଲ୍‍ ମୁଖ୍ୟ ରାସ୍ତା ଦେଇ ସେନାବାହିନୀର ଗାଡ଼ି ଅତିକ୍ରମ କରୁଥିବା ବେଳେ ଆଜି ସକାଳେ ସନ୍ତ୍ରାସବାଦୀମାନେ ଗୁଳି ଚାଳନା କରିଥିଲେ । ଏହି ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ ।

ଜାମ୍ମୁସ୍ଥିତ ସେନାବାହିନୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ସନ୍ତ୍ରାସବାଦୀମାନଙ୍କ ଗୁଳିଚାଳନାର ପ୍ରତିଜବାବ ଦିଆଯାଇଥିଲା । ଆସନ ମନ୍ଦିର, ଅଖନୁରର ବାତାଲ ଅଞ୍ଚଳରେ ପ୍ରାୟ ୩ ଜଣ ସନ୍ତ୍ରାସବାଦୀ ଲୁଚି ରହିଥିବା ପୋଲିସ୍‍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସନ୍ତ୍ରାସବାଦୀମାନେ ଗତରାତିରେ ସୀମାପାର କରି ଜାମ୍ମୁ ଭିତରକୁ ଅନୁପ୍ରବେଶ କରିଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+