ତଳକୁ ଖସିଲା ରାଜଧାନୀ ଦିଲ୍ଲୀର AQI ସ୍ତର, ମିଳିଲା ସାମାନ୍ୟ ଆଶ୍ୱସ୍ତି
ଦିଲ୍ଲୀ ପ୍ରଦୂଷଣରେ ସାମାନ୍ୟ ଆଶ୍ୱସ୍ତି। ବୋଧହୁଏ କ୍ରୃତିମ ବର୍ଷା ହେବା ପରେ ପ୍ରଦୂଷଣ ସ୍ତର କମିଥିବା ଜଣାପଡିଛି । ତଳକୁ ଖସିଲା AQI ସ୍ତର କିନ୍ତୁ ଏବେବି ବିପଦ ଟଳିନଥିବା କହିଛନ୍ତି ବିଶେଷଜ୍ଞ । ଆଗକୁ ଥଣ୍ଡାର ପ୍ରକୋପ ବଢିବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଦିନେ କି ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ଅନୁମାନ କରାଯାଉଛି । ଗତ କିଛି ଦିନ ହେବ ଦିଲ୍ଲୀରେ ଚାଲିଥିବା ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣ ଲୋକଙ୍କ ଜୀବନ କଲବଲ କରିଥିଲା । ବିଳମ୍ବିତ ରାତି ଓ ସକାଳ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆରରେ ଘନ କୁହୁଡି ଅନୁଭୂତ ହୋଇଥିଲା । କୁହୁଡ଼ି ହେତୁ ସକାଳେ ଦିଲ୍ଲୀ ଏନସିଆରରେ ଦୃଶ୍ୟମାନତା ବହୁତ କମ୍ ଥିଲା।
ବୁଧବାର ସକାଳେ ମଧ୍ୟ ଦିଲ୍ଲୀରେ AQI ଏତେଟା ଭଲ ନଥିଲା । ଦ୍ୱାରକା ଏବଂ ଉତ୍କଳ ନଗରରେ ୩୮୮, ଜନକପୁରୀରେ ୩୮୪, ସୁଖଦେବ ବିହାରରେ ୩୮୧, ଆଲିପୁରରେ ୩୭୯, ଶାଲିମାର ବାଗରେ ୩୭୭, ରୋହିଣୀରେ ୩୮୨, ମଡେଲ ଟାଉନରେ ୩୭୭ ରେକର୍ଡ କରାଯାଇଛି । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ୩୦୦ରୁ ଅଧିକ ରହିଛି ।
ବୁଧବାର ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୫ଏବଂ ୧୨ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ଅଛି । ମଙ୍ଗଳବାର ଦିନ ଦିଲ୍ଲୀରେ ଦିନର ତାପମାତ୍ରା ୨୫.୪ ଡିଗ୍ରୀରେ ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକଠାରୁ ଦୁଇ ଡିଗ୍ରୀ କମ୍ ରହିବ । ସନ୍ଧ୍ୟା ସମୟରେ ଶୀତଳ ପବନ ବହିଲା ଏବଂ ସହରରେ କୁହୁଡ଼ି ଦେଖାଦେଇଛି ।












Click it and Unblock the Notifications