ଆଜି ବସୁଛି ୫୫ ତମ ଜିଏସ୍ଟି କାଉନ୍ସିଲ୍ ବୈଠକ, ଶସ୍ତା ହୋଇପାରେ ଏହି ସବୁ
ଆଜି ବସୁଛି ୫୫ ତମ ଜିଏସ୍ଟି କାଉନ୍ସିଲ୍ ବୈଠକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର୍ରେ ଏହି ବୈଠକ ବସିବ। ଏହି GST ପରିଷଦ ବୈଠକରେ ରାଜ୍ୟର ସମସ୍ତ ଅର୍ଥମନ୍ତ୍ରୀ ଓ ସଚିବଙ୍କ ସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଭାଗ ନେବେ।

ବୈଠକରେ ସ୍ୱିଗି ଓ ଜମାଟୋ ଭଳି ଫୁଡ୍ ଡେଲିଭରୀ ପ୍ଲାଟ୍ଫର୍ମ ଗୁଡ଼ିକ ପାଇଁ ଜିଏସ୍ଟି ହାର କମାଯାଇପାରେ। ଏହା ହେଲେ ଅନ୍ଲାଇନ୍ ଖାଦ୍ୟ ଅର୍ଡର ଶସ୍ତା ହୋଇପାରେ। ଏହି ଆପ୍ଗୁଡ଼ିକ ଉପରେ ଜିଏସ୍ଟି କମାଇପାରନ୍ତି ସରକାର। ବତ୍ତର୍ମାନ ଆଇଟିସି(ଇନ୍ପୁଟ୍ ଟାକ୍ସ କ୍ରେଡିଟ୍) ସହିତ ଏହି ଆପ୍ଗୁଡ଼ିକ ଉପରେ ୧୮% ଜିଏସ୍ଟି ଲାଗୁଛି। ଏହାକୁ ୫%କୁ ଖସାଇବାର ପ୍ରସ୍ତାବ ରହିଛି।
ସେହିପରି ପାଣି ବୋତଲ ଓ ସାଇକଲେ ଉପରେ ମଧ୍ୟ ଟ୍ୟାକ୍ସ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ଇଲେକ୍ଟ୍ରୋନିକ୍ ଯାନ ଉପରେ ଜିଏସ୍ଟି ହାର ବଢ଼ିପାରେ। ବୈଠକରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଉପରେ ଟିକସ ହ୍ରାସ ନେଇ ଆଲୋଚନା ହୋଇପାରେ। ଲଗ୍ଜୁରୀ ହାତଘଣ୍ଟା, ଫୁଟ୍ୱେର, ପୋଷାକ ଉପରେ ଟିକସ ବୃଦ୍ଧି ନେଇ ମଧ୍ୟ ଆଲୋଚନା କରାଯିବା ସମ୍ଭାବନା ରହିଛି।
ସେହିପରି ତମାଖୁ ଜାତୀୟ ଦ୍ରବ୍ୟ ଉପରେ ୩୫ ପ୍ରତିଶତର ଏକ ପୃଥକ ଜିଏସ୍ଟି ସ୍ଲାବ ଉପସ୍ଥାପନ ହୋଇପାରେ। ପ୍ରାୟ ୧୪୮ଟି ସାମଗ୍ରୀ ଗୁଡ଼ିକର GST ହାରରେ ପରିବର୍ତ୍ତନ କରାଯାଇପାରେ । ଆଭିଏସନ୍ ଟରବାଇନ୍ ଫୁଏଲକୁ ବି ଜିଏସ୍ଟି ପରିସରକୁ ଅଣାଯାଇପାରେ।
ଏଥିସହିତ ଇଲେକ୍ଟ୍ରୋନିକ୍ ଯାନ ସମେତ କ୍ଷୁଦ୍ର ପେଟ୍ରୋଲ ଓ ଡିଜେଲ ଗାଡିର ବିକ୍ରି ଉପରେ ଜିଏସ୍ଟି ହାର ୧୨ରୁ ୧୮ %କୁ ବଢ଼ିପାରେ। ଏହା ହେଲେ ବ୍ୟବହୃତ ତଥା ପୁରୁଣା କ୍ଷୁଦ୍ର କାର ଏବଂ ଇଭିର ଦର ପୁରୁଣା ବଡ଼ ଗାଡ଼ି ସହ ସମାନ ହୋଇଯିବ।












Click it and Unblock the Notifications