ଭୁଶୁଡିଲା ୩୫ ଫୁଟ ଉଚ୍ଚ ଛତ୍ରପତି ଶିବାଜୀ ମହାରାଜଙ୍କ ଷ୍ଟାଚ୍ୟୁ

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ବଡ଼ ଅଘଟଣ ଘଟିଛି। ଏଠାକାର ଫୋର୍ଟରେ ରହିଥିବା ୩୫ ଫୁଟ ଉଚ୍ଚ ଛତ୍ରପତି ଶିବାଜୀ ମହାରାଜଙ୍କ ଷ୍ଟାଚ୍ୟୁ ହଠାତ ଭୁଶୁଡ଼ି ପଡ଼ିଛି। ଗତବର୍ଷ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ।

Chhatrapati Shivaji

ରାଜକୋଟ ଦୁର୍ଗରେ ଥିବା ବିଶାଳକାୟ ଷ୍ଟାଚ୍ୟୁ କେମିତି ଭୁଶୁଡ଼ିଲା ଜଣାପଡ଼ିନାହିଁ। କିନ୍ତୁ ସିନ୍ଧୁଦୁର୍ଗରେ ଗତ ୨ରୁ ୩ ଦିନ ହେଲା ଲଗାଣ ବର୍ଷା ସହ ପବନ ବହୁଛି। ତେଣୁ ସମ୍ଭବତଃ ଏହି କାରଣ ପାଇଁ ପ୍ରତିମୂର୍ତ୍ତିଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ତଥାପି ଅଧିକାରୀମାନେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି।

ଗତବର୍ଷ ଡିସେମ୍ବର ୪ ନୌସେନା ଦିବସରେ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଏହି ଷ୍ଟାଚ୍ୟୁର ଅନାବରଣ କରିଥିଲେ। ମାଲଭନରେ ଥିବା ରାଜକୋଟ ଫୋର୍ଟରେ ଆୟୋଜିତ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ ଅନାବରଣକୁ ବର୍ଷେ ପୂରି ନଥିବା ବେଳେ ଆଜି ଦିନ ୧ଟା ବେଳେ ଷ୍ଟାଚ୍ୟୁଟି ଭୁଶୁଡ଼ି ପଡ଼ିଛି। ଖବର ପାଇ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଅଧିକାରୀମାନା ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଏକ ପ୍ରସଙ୍ଗରେ ମହାରାଷ୍ଟ୍ରର କ୍ଷମତାସୀନପ ବିଜେପି, ଏନସିପି ଓ ଶିବସେନା ସରକାରଙ୍କୁ ଘେରିଛନ୍ତି। ନିମ୍ନମାନର କାମ ଯୋଗୁ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+