ରାହୁଲଙ୍କ ସମର୍ଥନରେ ବାହରିଲେ ଥରୁର୍, ନିର୍ବାଚନ ଆୟୋଗଙ୍କୁ କଲେ ଏଭଳି ପ୍ରଶ୍ନ.....
ସୋମବାର କଂଗ୍ରେସ ସାଂସଦ ଶଶି ଥରୁର ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ ଥରୁର କମିଶନଙ୍କଠାରୁ ଉତ୍ତର ମାଗିଛନ୍ତି। କଂଗ୍ରେସ ସାଂସଦ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ନିର୍ବାଚନ କମିଶନ ଶପଥପତ୍ର ଭଳି ଔପଚାରିକତା କରୁଛନ୍ତି। ବିହାରରେ ଭୋଟର ତାଲିକା ସଂଶୋଧନ ଏବଂ ଭୋଟ ଚୋରି ଅଭିଯୋଗ ବିରୋଧରେ ବିରୋଧୀ ସାଂସଦମାନଙ୍କ ଦ୍ୱାରା ବାହାର କରାଯାଇଥିବା ଏକ ଶୋଭାଯାତ୍ରାରେ ଥରୁର ଅଂଶଗ୍ରହଣ କରୁଥିଲେ। ଏହି ସମୟରେ ଥରୁର କହିଥିଲେ ଯେ ଆମେ ଆକ୍ରମଣ ନୁହେଁ, ଜବାବ ଚାହୁଁଛୁ।

ରାହୁଲ ଗାନ୍ଧୀ କରିଥିବା ପ୍ରଶ୍ନର କାହିଁକି ଉତ୍ତର ଦେଲେ ନାହିଁ ବୋଲି ମଧ୍ୟ ସେ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତାକୁ ନେଇ ସାଧାରଣ ଲୋକଙ୍କ ମନରେ ଆସୁଥିବା ସନ୍ଦେହ ଦୂର କରିବା ଇସିଙ୍କ ଦାୟିତ୍ବ ଏବଂ ଏହା ଗୁରୁତ୍ବପୂର୍ଣ୍ଣ । ନିର୍ବାଚନ ଆୟୋଗ ରାହୁଲଙ୍କ ପ୍ରଶ୍ନର ଜବାବ ଦେଇ ଏଭଳି ସନ୍ଦେହକୁ ଦୂର କରିପାରିବେ ବୋଲି କହିଛନ୍ତି ଶଶି ଥରୁର । ଆଜି ଇଣ୍ଡି ମେଣ୍ଟର ସାଂସଦମାଦେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳକୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ । ହେଲେ ସେମାନଙ୍କୁ ମଝି ରାସ୍ତାରେ ଅଟକାଇଥିଲା ପୁଲିସ । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବିରୋଧୀ ସାଂସଦଙ୍କୁ ପୁଲିସ ଉଠାଇ ନେଇଥିଲା ।












Click it and Unblock the Notifications