ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଆଭିମୁଖ୍ୟକୁ ବିରୋଧ କରି ବଡ଼ ଭୁଲ କରିଛି , ଜାଣନ୍ତୁ କାହିଁକି ଏମିତି କହିଲେ ଥରୁର୍......
ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ସରକାର ଗ୍ରହଣ କରିଥିବା ଆଭିମୁଖ୍ୟକୁ ବିରୋଧ କରିବା ତାଙ୍କ ପାଇଁ ଲଜ୍ଜାଜନକ ସାବ୍ୟସ୍ତ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନୀତି ଯୋଗୁଁ ଦେଶ ଏବେ ଏପରି ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ସ୍ଥାୟୀ ଶାନ୍ତି ହାସଲ କରିବାରେ ଏହା ଭୂମିକା ଗ୍ରହଣ କରିପାରିବ ।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ ଗ୍ରହଣ କରିଥିବା ନୀତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସିଙ୍କୁ ଆଲିଙ୍ଗନ କରିପାରିବେ। ଉଲ୍ଲେଖଯୋଗ୍ୟ, ୨୦୨୨ ଫେବ୍ରୁଆରିରେ ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେତେବେଳେ ଥରୁର ଭାରତର ଆଭିମୁଖ୍ୟକୁ ସମାଲୋଚନା କରିବା ସହ ମସ୍କୋର ଆକ୍ରମଣାତ୍ମକ ପଦକ୍ଷେପକୁ ନିନ୍ଦା କରିବାକୁ ଆହ୍ୱାନ ଦେଇଥିଲେ।

'ରାଇସିନା ଡାଏଲଗ୍'ରେ ପୂର୍ବତନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ସଂସଦୀୟ ଆଲୋଚନା ବେଳେ ଫେବ୍ରୁଆରି ୨୦୨୨ରେ ଭାରତର ଆଭିମୁଖ୍ୟକୁ ସମାଲୋଚନା କରିଥିବାରୁ ମୁଁ ଏବେ ବି ଲଜ୍ଜାରୁ ମୁକୁଳିବାକୁ ଚେଷ୍ଟା କରୁଛି।












Click it and Unblock the Notifications