ଉଗ୍ରରୂପ ନେଉଛି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ଭାରତ ଜାରି କଲା ଆଡଭାଇଜରୀ

ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ମଧ୍ୟରେ ସୀମା ବିବାଦ ଯୋଗୁ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଉଗ୍ର ରୂପ ଧାରଣ କରିଛି। ଏଣୁ ଭାରତ ସରକାର ନାଗରିକଙ୍କୁ ୭ ସମ୍ବେଦନଶୀଳ ପ୍ରାନ୍ତକୁ ଯାତ୍ରା ନ କରିବା ଲାଗି ଆଡଭାଇଜରୀ ଜାରି କରିଛନ୍ତି। ବ୍ୟାଙ୍ଗକକସ୍ଥିତ ଭାରତୀୟ ଦୂତାବାସ ଶୁକ୍ରବାର ଏହି ଆଡଭାଇଜରୀ ଜାରି କରିଛନ୍ତି, ଯେଉଁଥିରେ ଭାରତୀୟ ନାଗରିକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଡଭାଇଜରୀରେ କୁହାଯାଇଛି ଯେ ଥାଇଲ୍ୟାଣ୍ଡ-କମ୍ବୋଡିଆ ସୀମା ନିକଟରେ ଉପୁଜିଥିବା ପରିସ୍ଥିତିରେ ଥାଇଲ୍ୟାଣ୍ଡ ଯାତ୍ରା କରୁଥିବା ଭାରତୀୟ ନାଗରିକ ଟାଟ ନ୍ୟୁଜରୁମ ସମେତ ଥାଇ ଅଧିକାରୀକ ସୂତ୍ରରୁ ଅପଡେଟ୍ ସୂଚନା ହାସଲ କରନ୍ତୁ। ଏହି ଚେତାବନୀ ଏପରି ସମୟରେ ଆସିଛି ଯେତେବେଳେ ଥାଇଲ୍ୟାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଫୁମଥାମ ଭେଚୟାଚାୟୀ ସୀମାରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ବୋଲି କହିଛନ୍ତି। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦୁଇ ଦେଶଙ୍କ ମଧ୍ୟରେ ଦୀର୍ଘ ସମୟରୁ ଚାଲି ଆସୁଥିବା ସୀମା ବିବାଦ ଏବେ ସଶସ୍ତ୍ର ଯୁଦ୍ଧ ରୂପ ନେଇଛି।

Thailand-Cambodia border clash

ଭାରତୀୟ ଦୂତାବାସ ଦ୍ୱାରା ଯେଉଁ ୭ ସ୍ଥାନକୁ ଯିବା ଲାଗି ବାରଣ କରାଯାଇଛି ସେଥିରେ ଉବୋନ ରାଚାଥାନୀ, ସୁରୀନ, ସିସାକେତ, ବୁରୀରାମ, ସା କ୍ୟାଓ, ଚନ୍ଥାବୁରୀ ଓ ତ୍ରାଟ ଆଦି ସ୍ଥାନ ରହିଛି। ଏହି ସବୁ ଅଞ୍ଚଳରେ ଯୁଦ୍ଧ ଏବେ ଉଗ୍ରରୂପ ଧାରଣ କରିଛି ଓ ସ୍ଥାନୀୟ ପ୍ରଶାସନ ମଧ୍ୟ ଏବେ ଯାତ୍ରା କଟକଣା ଲଗାଇବା ପାଇଁ ସୁପାରିଶ କରିଛି। ସୀମାରେ ଦୁଇ ଦେଶ ଗୁରୁବାର ପରସ୍ପରକୁ ରକେଟ ଓ ତୋପରେ ଆକ୍ରମଣ କରିଥିଲେ। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ଅନୁନ୍ୟ ୧୪ ଜଣଙ୍କ ମୃତ୍ୟୁ ହେଲାଣି।

ଏହି ଯୁଦ୍ଧ ଯୋଗୁ ସୀମାବର୍ତ୍ତି ଅଞ୍ଚଳରୁ ହଜାର ହଜାର ଲୋକେ ସେମାନଙ୍କ ଘରଦ୍ୱାରଛାଡି ସୁରକ୍ଷିତ ସ୍ଥାନକୁ ପଳାୟନ କରିଛନ୍ତି। ଥାଇସେନା ଅନୁସାରେ ଶୁକ୍ରବାର ୪ ଅଲଗା ଅଲଗା ପ୍ରାନ୍ତରେ ସଂଘର୍ଷ ହୋଇଛି, ଏଥିରେ ଥାଇ ବାୟୁସେନା ମଧ୍ୟ ଆକ୍ରମଣ କରିଛି। ଚଳିତବର୍ଷ ଦୁଇ ଦେଶଙ୍କ ମଧ୍ୟରେ ଏହା ଦ୍ୱିତୀୟ ସାମରିକ ସଂଘର୍ଷ। ଏଥି ଯୋଗୁ କୂଟନୈତିକ ସ୍ତରରେ ମଧ୍ୟ ସମ୍ପର୍କ ଖରାପ ହୋଇଛି। ଫଳରେ ପରିସ୍ଥିତି ଅଧିକ ଜଟିଳ ହୋଇପଡିଛି। ଏଣୁ ଭାରତ ସରକାର ନିଜ ନାଗରିକଙ୍କୁ ସତର୍କତା ଜାରି କରି ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+