କପାସ୍ କିଶାନ୍ ଆପ୍ର ଶୁଭାରମ୍ଭ ,ଏଣିକି ଚାଷୀଙ୍କ ପଞ୍ଜିକରଣ, ସ୍ଲଟ୍ ବୁକିଂ ସହ ....
ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଆଜି କପାସ୍ କିଶାନ୍ ଆପ୍ର ଶୁଭାରମ୍ଭ କରିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନା ଅଧୀନରେ ଚାଷୀଙ୍କ ଠାରୁ କପା କ୍ରୟକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଆପ୍ର ପ୍ରଚଳନ କରାଯାଇଛି । କ୍ରୟ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ଏହାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ଆପ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।

କପା ଚାଷୀଙ୍କ ପଞ୍ଜିକରଣ, ସ୍ଲଟ୍ ବୁକିଂ ଏବଂ ଅର୍ଥ ପ୍ରଦାନ ଅଧିକ ସଶକ୍ତ ହୋଇପାରିବ । ବହୁ ଭାରତୀୟ ଭାଷା ବ୍ୟବହାର ପାଇଁ ଏହି ଆପ୍ରେ ଅନୁକୂଳ ଇଣ୍ଟରଫେସ୍ ବ୍ୟବସ୍ଥା ରହିଛି । ଶ୍ରୀ ସିଂହ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ ମାଧ୍ୟମରେ କପା ଚାଷୀଙ୍କୁ ବିକ୍ରୟର ସୁବିଧା ମିଳିବା ସହ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରିବ ।












Click it and Unblock the Notifications