ଭାରତ ଆସିବେ ଏଲୋନ୍ ମସ୍କ, ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବା ସହ କରିପାରନ୍ତି ବଡ଼ ଘୋଷଣ
Elon Musk India Visit: ଏପ୍ରିଲ ମାସରେ ଭାରତ ଗସ୍ତରେ ଆସୁଛନ୍ତି ଟେସଲା ମୁଖ୍ୟ । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଖବର ରହିଛି ସେ, ଭାରତରେ ପୁଞ୍ଜି ବିନିଯୋଗ ନେଇ କିଛି ବଡ଼ ଘୋଷଣା କରି ପାରନ୍ତି ଏହା ସହ ନୂଆ ଟେସଲା କାରଖାନାର ମଧ୍ୟ ନିର୍ମାଣ କରି ନେଇ ସୂଚନା ଦେଇପାରନ୍ତି ।
ରଏଟର୍ସ ସୂଚନା ଅନୁସାରେ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ 22 ଏପ୍ରିଲରୁ କିମ୍ବା ଏପ୍ରିଲ ଶେଷ ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି । ଏହି ଗସ୍ତ ସମୟରେ ସେ ପିଏମ ମୋଦୀଙ୍କୁ ଭେଟିବେ। ଏହି ବୈଠକ ପରେ ଭାରତରେ ପୁଞ୍ଜି ବିନିଯୋଗ କରିବାର ଯୋଜନା ବିଷୟରେ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଟେସଲା ଏହି ପ୍ରସଙ୍ଗରେ କିଛି ଆଲୋଚନା କରିବା ପାଇଁ ମନା କରିଦେଇଥିଲେ । ଏହାକୁ ଗପ୍ତ ରଖାଯିବ । ତେବେ ଏଲୋନ୍ ମସ୍କଙ୍କ ଭାରତ ଗସ୍ତର ଏଜେଣ୍ଡାରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇ ପାରେ ।

ଖବର ଏହା ମଧ୍ୟ ରହିଛି ଯେ, ଟେସଲା ଅଧିକାରୀମାନେ କାରଖାନାର ପାଇଁ ସ୍ଥାନ ଦେଖିବା ପାଇଁ ଭାରତ ଆସିପରନ୍ତି, ତେବେ ୨ ବିଲିୟନ୍ ଡଲାର ବିନିଯୋଗରେ ଏହି କାରଖାନାରେ ନିର୍ମାଣ କରାଯିବା ନେଇ ସୂଚନା ରହିଛି । ସେହିପରି ଟେସଲା କାରଖାନା ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ପାଇଁ ଅଧିକାରୀ ଅନେକ ରାଜ୍ୟ ଗସ୍ତ କରିପାରନ୍ତି।
ମହାରାଷ୍ଟ୍ର ଏବଂ ଗୁଜୁରାଟ ସେଠାରେ ଏକ କାରଖାନା ସ୍ଥାପନ ପାଇଁ ଜମି ସହିତ ଟେସଲାକୁ ଆକର୍ଷଣୀୟ ଅଫର ଦିଆଯାଇଛି । ଏହା ବ୍ୟତୀତ ତେଲେଙ୍ଗାନା ସରକାର ମଧ୍ୟ ଇଭି ଉତ୍ପାଦନ କାରଖାନା ଆଣିବାକୁ ଆଲୋଚନା କରୁଛନ୍ତି। ତେବେ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁ ସମେତ ଅନେକ ରାଜ୍ୟ ଗସ୍ତ କରିପାରନ୍ତି ଟେସଲା ଅଧିକାରୀ ।
ଭାରତରେ ଟେସଲା ଏଣ୍ଟ୍ରି ବିଷୟରେ ନିଜ ଏଲୋନ୍ ମସ୍କ ମଧ୍ୟ ହିଣ୍ଟସ୍ ଦେଇଛନ୍ତି । ଭାରତ ସରକାରଙ୍କ ନୂତନ ଇଭି ନୀତି ଘୋଷଣା ହେବା ଦିନଠାରୁ ଟେସଲା ଭାରତରେ ପ୍ରବେଶକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ନୂତନ ଇଭି ନୀତିରେ ଦେଶରେ ଉତ୍ପାଦନରେ ବିନିଯୋଗ କରୁଥିବା କମ୍ପାନୀଗୁଡିକୁ ସରକାର ରିହାତି ପ୍ରଦାନ କରିଛନ୍ତି। ନୂତନ ଇଭି ନୀତିରେ 500 ମିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ କରୁଥିବା କମ୍ପାନୀମାନଙ୍କୁ 5 ବର୍ଷ ପାଇଁ 15 ପ୍ରତିଶତ କଷ୍ଟମ ଡ୍ୟୁଟିର ସୁବିଧା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି।












Click it and Unblock the Notifications