ମସ୍ଜିଦ୍ ଭିତରେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ
ଜମ୍ମୁ:ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଗାଣ୍ଟମୁଲ୍ଲା ଶେରିରେ ଆତଙ୍କବାଦୀମାନେ ଏକ ଅବସରପ୍ରାପ୍ତ ପୋଲିସ ଅଧିକାରୀ ମହମ୍ମଦ ଶାଫି ମିରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣ ସମୟରେ ମହମ୍ମଦ ଶାଫି ମସଜିଦରେ ଆଜାନ ପାଠ କରୁଥିଲେ । ସଚନାନୁଯାୟୀ, ଯେତେବେଳେ ମହମ୍ମଦ ଶାଫି ମସଜିଦରେ ଆଜାନ ଦେଉଥିଲେ, ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ ।
ଏହା ପରେ ସେ ଆହତ ହୋଇଥିଲେ କିନ୍ତୁ ପରେ ତାଙ୍କର ମୃତ୍ୟୁ ବରଣ ହୋଇଥିଲା ।ଏହି ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି କରିଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ଏ ବିଷୟରେ ଟୁଇଟ୍ କରି ଲୋକଙ୍କୁ ଘଟଣାସ୍ଥଳଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କାଶ୍ମୀର ଜୋନ୍ ପୋଲିସ୍ ଏକ ବିବୃତ୍ତିରେ କହିଛି ଯେ ଆତଙ୍କବାଦୀମାନେ ଅବସରପ୍ରାପ୍ତ ପୋଲିସ୍ ମହମ୍ମଦ ଶାଫିଙ୍କ ଶେଣ୍ଟ ବାରାମୁଲ୍ଲା ଗାଣ୍ଟମୁଲ୍ଲା ଠାରେ ମସଜିଦରେ ଆଜାନ ପାଠ କରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

ଉଲ୍ଲେଖଯୋଗ୍ୟ, ଗତ ମାସରେ ଶ୍ରୀନଗରସ୍ଥିତ ଇଦ୍ଗା ମସ୍ଜିଦ୍ ନିକଟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଜଣେ ପୁଲିସ ଇନ୍ସ୍ପେର୍କ୍ଟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାଛଡ଼ା, ରାଜୌରି ସେର୍କ୍ଟ ଅନ୍ତର୍ଗତ ଡେରା କୀ ଗଲିର ଅରଣ୍ୟାଞ୍ଚଳରେ ଥିବା ଆତଙ୍କବାଦୀମାନଙ୍କୁ ଧରିବା ଲାଗି ପୁଞ୍ଚ୍ ଜିଲ୍ଲାର ବଫ୍ଲିଜ୍ ଅଞ୍ଚଳରେ ନିରାପତ୍ତା ବଳଙ୍କୁ ମୁତୟନ କରାଯାଇଛି ।












Click it and Unblock the Notifications