ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ, ଗୁଳିବିନିମୟ ଜାରି
ଜମ୍ମୁ-କାଶ୍ମୀର ଶ୍ରୀନଗରସ୍ଥିତ ଦାଚିଗାମ ବନାଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ ଦେଉଛନ୍ତି ସୁରକ୍ଷା ବାହିନୀ।

ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷା ବାହିନୀ ଦାଚିଗାମ ଜଙ୍ଗଲର ଉପର ଅଞ୍ଚଳରେ ଘେରାଉ ଏବଂ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଆତଙ୍କବାଦୀ ନିଜକୁ ଘେରାବନ୍ଦୀ ହୋଇଥିବା ଜାଣି ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ କଡ଼ା ଜବାବ ଦେଇଛନ୍ତି। ମିଳିଥିବା ସୂଚନା ମିଳିଥିବା ଅନୁଯାୟୀ, ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି।












Click it and Unblock the Notifications