ଶ୍ରୀନଗରରେ ଆତଙ୍କୀ ଗୁଳିମାଡ, ଜଣେ ପୋଲିସ କର୍ମୀ ଶହୀଦ
ଆଜି ଜାମ୍ମୁ-କାଶ୍ମୀର ଶ୍ରୀନଗରେ ଗୁଳିମାଡ । ଜିଲ୍ଲାର ଲାଲ୍ ବଜାରରେ ପୋଲିସ ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଛନ୍ତି ଏବଂ ଦୁଇ ଜଣ ଗୁରୁତର ହୋଇଛନ୍ତି ।
ଶ୍ରୀନଗର: ଆଜି ଜାମ୍ମୁ-କାଶ୍ମୀର ଶ୍ରୀନଗରେ ଗୁଳିମାଡ । ଜିଲ୍ଲାର ଲାଲ୍ ବଜାରରେ ପୋଲିସ ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଛନ୍ତି ଏବଂ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ମୃତ ପୋଲିସ କର୍ମୀ ସବ୍ ଇନ୍ସପେକ୍ଟର ମୁସତକ ଅହମ୍ମଦ ବୋଲି ଜଣାପଡିଛି। ଆହତଙ୍କ ମଧ୍ୟରେ ଜଣେ ହେଡ୍ କନେଷ୍ଟବଳ ଏବଂ ଏସପିଓ ଅଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ଲାଲ୍ ବଜାର ସ୍ଥିତ ଚେକ୍ ପଏଣ୍ଟ ନିକଟରେ ଆତଙ୍କବାଦୀମାନେ ପୋଲିସ ନାକା ପାର୍ଟି ଉପରେ ଗୁଳିମାଡ କରିଥିଲେ । ଏଥିରେ 3 ଜଣଙ୍କ ଦେହରେ ଗୁଳି ବାଜିଥିଲା । ତୁରନ୍ତ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ସବ୍ ଇନ୍ସପେକ୍ଟର ମୁସତକ ଅହମ୍ମଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।












Click it and Unblock the Notifications