For Quick Alerts
Turn On Notification  
For Daily Alerts
Oneindia App Download

ପୁଲୱାମାରେ ଆତଙ୍କୀ ହମଲା, ପୋଲିସ ଅଧିକାରୀ ମୃତ

ଜମ୍ମୁକାଶ୍ମୀରରେ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ ଉପଦ୍ରବ । କାଶ୍ମୀର ପଣ୍ଡିତ ରାହୁଲଙ୍କ ମୃତ୍ୟୁକୁ 24 ଘଣ୍ଟା ନପୁରୁଣୁ ଆଉ ଜଣଙ୍କର ଗଡିଛି ମୁଣ୍ଡ ।

|

ଶ୍ରୀନଗର: ଜମ୍ମୁକାଶ୍ମୀରରେ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ ଉପଦ୍ରବ । କାଶ୍ମୀର ପଣ୍ଡିତ ରାହୁଲଙ୍କ ମୃତ୍ୟୁକୁ 24 ଘଣ୍ଟା ନପୁରୁଣୁ ଆଉ ଜଣଙ୍କର ଗଡିଛି ମୁଣ୍ଡ । ଶୁକ୍ରବାର ଆତଙ୍କୀଙ୍କ ଗୁଳିମାଡରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି।

terrorist

ପୁଲଓ୍ବାମାର ଗାଡୋରା ଅଞ୍ଚଳରେ ରହୁଥିବା ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀଙ୍କୁ ତାଙ୍କ ବାସଭବନରେ ଆତଙ୍କବାଦୀ ଗୁଳି କରିଥିବା ଅଭିଯୋଗ ହୋଇଛି । ଏନେଇ ଜମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ମୃତ ପୋଲିସ ଅଧିକାରୀ ଜଣଙ୍କ ନାମ ରିୟାଜ ଅହମ୍ମଦ ଥୋକର । ଗୁରୁତର ଅବସ୍ଥାରେ ତାଙ୍କୁ ପୁଲଓ୍ବାମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Policeman shot dead by terrorists in Jammu and Kashmir’s Pulwama. 2nd attack in 24 hours.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X