ପୁଲୱାମାରେ ଆତଙ୍କୀ ହମଲା, ପୋଲିସ ଅଧିକାରୀ ମୃତ
ଜମ୍ମୁକାଶ୍ମୀରରେ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ ଉପଦ୍ରବ । କାଶ୍ମୀର ପଣ୍ଡିତ ରାହୁଲଙ୍କ ମୃତ୍ୟୁକୁ 24 ଘଣ୍ଟା ନପୁରୁଣୁ ଆଉ ଜଣଙ୍କର ଗଡିଛି ମୁଣ୍ଡ ।
ଶ୍ରୀନଗର: ଜମ୍ମୁକାଶ୍ମୀରରେ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ ଉପଦ୍ରବ । କାଶ୍ମୀର ପଣ୍ଡିତ ରାହୁଲଙ୍କ ମୃତ୍ୟୁକୁ 24 ଘଣ୍ଟା ନପୁରୁଣୁ ଆଉ ଜଣଙ୍କର ଗଡିଛି ମୁଣ୍ଡ । ଶୁକ୍ରବାର ଆତଙ୍କୀଙ୍କ ଗୁଳିମାଡରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି।

ପୁଲଓ୍ବାମାର ଗାଡୋରା ଅଞ୍ଚଳରେ ରହୁଥିବା ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀଙ୍କୁ ତାଙ୍କ ବାସଭବନରେ ଆତଙ୍କବାଦୀ ଗୁଳି କରିଥିବା ଅଭିଯୋଗ ହୋଇଛି । ଏନେଇ ଜମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ମୃତ ପୋଲିସ ଅଧିକାରୀ ଜଣଙ୍କ ନାମ ରିୟାଜ ଅହମ୍ମଦ ଥୋକର । ଗୁରୁତର ଅବସ୍ଥାରେ ତାଙ୍କୁ ପୁଲଓ୍ବାମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ।












Click it and Unblock the Notifications