ଆର୍ମି କ୍ୟାମ୍ପରେ ଆତଙ୍କୀ ହମ୍ଲା,ଜଣେ ଯବାନ ଆହତ
ଶ୍ରୀନଗର: ଜମ୍ମୁ-କଶ୍ମୀରର ଜମ୍ମୁ ଦାରବାର ନିକଟରେ ଥିବା ସଞ୍ଜୱାନ ସେନା ଶିବିର ଉପରେ ଆକ୍ରମଣ ଘଟିବାରୁ ଜଣେ ଯବାନ ଗୁରଚତ ଭାବେ ଆହତ ହୋଇଛନ୍ତି। କ୍ୟାମ୍ପ୍ର ସାଣ୍ଟ୍ରି ପୋଷ୍ଟ୍ ପାଖାପାଖି ଏହି ଆକ୍ରମଣ ଘଟିଥିବାର ସୂଚନା ରହିଛି। ଏହି ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପ୍ରତିରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜମ୍ମୁର ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ପ୍ରେ ଆତଙ୍କବାଦୀମାନେ ବେସ୍ ବାହାରେ ଗୁଳି ଚଳାଇଥିଲେ। ଫଳରେ ଜଣେ ସୈନିକ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି।
ସୂଚନା ମୁତାବକ, ଆଜି ସାକଳ ୧୧ଟାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ପାଖାପାଖି ୨୦୦ ମିଟର ଦୂରତାରୁ ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରକୁ ଟାର୍ଗେଟ କରିଥିଲେ। ଫଳରେ ବୁଲେଟ୍ ସିଧାସଳଖ ଯାଇ ନିୟୋଜିତ ଥିବା ଜଣେ ଯବାନକୁ ମାଡ଼ ହୋଇଥିଲା। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି। ସଂପୃକ୍ତ ଅଞ୍ଚଳକୁ ସିଲ୍ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଏହି ଆତଙ୍କବାଦୀ ଆକ୍ରମଣ ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ଫ୍ ସେଣ୍ଟ୍ରି ପୋଷ୍ଟ ଅଞ୍ଚଳ ନିକଟରେ ଘଟିଛି। ୩୬ ଇନ୍ଫେଣ୍ଟ୍ରି ବ୍ରିଗେଡ୍ ଏଠାରେ ନିୟୋଜିତ ହୋଇଛନ୍ତି। କ୍ୟାମ୍ପ୍ ବାହାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା, ଏହା ପରେ ଯବାନମାନେ ଗୁଳି ଚଳାଇଥିଲେ। ଏହି କାରଣରୁ ଉତ୍ତେଜନା ବୃଦ୍ଧି ପାଇଲା ଏବଂ ତୁରନ୍ତ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।












Click it and Unblock the Notifications