ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ
ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବଳ ତଲାସି ଅଭିଯାନ ଚଳାଇଥିବା ରବିବାର ଜଣେ ଅଧିକାରୀ କହିଛନ୍ତି ।

ଚୋରେ ମୋଟୁ ଏବଂ ଏହାର ପାଖ ଜଙ୍ଗଲ ଗ୍ରାମଗୁଡ଼ିକରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ମିଳିତ ତଲାସି ଅଭିଯାନ ଜାରି ରହିଛି। ଗୋଇନ୍ଦା ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀ ଚୋରେ ମୋଟୁ ଗ୍ରାମର ମଙ୍ଗଟୁ ରାମଙ୍କ ଘରେ ପଶି ଖାଦ୍ୟ ନେଇଯାଇଥିଲେ। ତୁରନ୍ତ ପୋଲିସ ଏବଂ ଅର୍ଦ୍ଧସାମରିକ ଯବାନଙ୍କୁ ଡକାଯାଇଥିଲେ ମଧ୍ୟ ଆତଙ୍କବାଦୀ ମିଳି ନ ଥିଲେ। ଗାଁ ପାଖ ଜଙ୍ଗଲକୁ ଘେରାବନ୍ଦୀ କରି ସୁରକ୍ଷା ବଳ ତଲାସି ଜୋର୍ଦାର କରିଛି।












Click it and Unblock the Notifications