ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ, ଜଣେ ଆତଙ୍କୀ ସଫା
ଜମ୍ମୁ କଶ୍ମୀର କୁପୱାରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି । ଜମ୍ମୁ- କଶ୍ମୀରର କୁପୱାରାରେ କିଛି ଆତଙ୍କବାଦୀ ଲୁଛି ରହିଥିବା ସୂଚନା ମିଳିଥିଲା । ଆର୍ମି, ଜମ୍ମୁ- କାଶ୍ମୀର ପୋଲିସ ଏବଂ ସ୍ପେଶାଲ ଗ୍ରୁପ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ସୂଚନା ଅନୁସାରେ, ହନ୍ଦୱାଡା କ୍ରୁମହୁରା ଜଚଲଦାର ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ପକ୍ଷରୁ ଖବର ମିଳିଥିଲା । ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବଳ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥଲା । ଏଥିରେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବଳ ।
ନିହତ ଆତଙ୍କୀ ପାଖରୁ ଏକ-୪୭, ଗୋଳା ବାରୁଦ ଜବତ ହୋଇଛି । ଅନ୍ୟ ଆତଙ୍କୀଙ୍କ ସନ୍ଧାନ ଜାରି ରହିଛି । ହନ୍ଦୱାଡାର କ୍ରୁମହୁରା ଜଚଲଦାର ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ନେଇ ଏକ୍ସରେ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।












Click it and Unblock the Notifications