ବଡ଼ଧରଣ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ସହିଦ, ୨ ଶ୍ରମିକଙ୍କ ମୃତ୍ୟୁ
Terrorist Attack: ଜମ୍ମୁ କଶ୍ମୀରର LOC ନିକଟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ସେନା ଗାଡି ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୨ ଯବାନ ସହିଦ ହୋଇଛନ୍ତି ଏଥି ସହ ୨ ଜଣ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେହିପରି ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆଉ ୪ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

୧୮ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଗୁରୁବାର ସନ୍ଧ୍ୟାରେ ବୁତାପଥରିପଥରରୁ ଯାଉଥିଲେ, ନାଗିନ ଅଞ୍ଚଳ ଅତିକ୍ରମ କରିବା ବେଳେ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା । ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରି କରିଥିଲେ । ବର୍ତ୍ତମାନ ଆତଙ୍କବାଦୀ ମାନେ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ନେଇ ସନ୍ଦେହ କରାଯାଉଛି ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି । ଆଜି ଆକ୍ରମଣ କରିଥିବା ଆତଙ୍କବାଦୀମାନେ ବିଏଟିର ଅଂଶ ବିଶେଷ ବୋଲି ସୂଚନା ରହିଛି ।












Click it and Unblock the Notifications