କରାଚୀ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଚୀନ ନାଗରିକ ମୃତ, ୧୦ ଆହତ

ପାକିସ୍ତାନର କରାଚୀ ବିମାନବନ୍ଦର ନିକଟରେ ରବିବାର ରାତିରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ବିମାନବନ୍ଦର ବାହାରେ ଚୀନ ନାଗରିକଙ୍କୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଛି। ଫଳରେ ୨ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ନାଗରିକ ଗୁରୁତର ଆହତ ହୋଇଛନ୍ତି।

Karachi airpor

ବାଲୋଚ ଲିବରେସନ ଆର୍ମି(ବିଏଲଏ) ଏହି ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ସ୍ଵୀକାର କରିଛି। ଏକ ଗାଡ଼ିରେ ବିସ୍ଫୋରକ ସାମଗ୍ରୀ ରଖାଯାଇ ଏହି ବିସ୍ଫୋରଣ କରାଯାଇଛି।

ପାକିସ୍ତାନରେ ଅବସ୍ଥାପିତ ଚୀନ ଦୂତାବାସ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଘଟଣାର ଦୃଢ଼ ନିନ୍ଦା କରାଯାଇଛି। ଚୀନ ନାଗରିକଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବା ସହିତ ଏହି ଘଟଣାର ସବିଶେଷ ତଦନ୍ତ କରିବାକୁ ପାକ୍ ସରକାରଙ୍କ ନିକଟରେ ଦୂତାବାସ ପକ୍ଷରୁ ଦାବି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+