ଅଗଷ୍ଟ ୧୫ରେ ଭାରତ ଉପରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ
ସନ୍ତା ଅଗଷ୍ଟ ୧୫ ଅର୍ଥାତ ସ୍ୱାଧୀନତା ଦିବସରେ ଅବସରର ରାଜଧାନୀ ଦିଲ୍ଲୀରେ ହୋଇପାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା(ଏଲଇଟି) ଏବଂ ଜୈସ-ଇ-ମହମ୍ମଦ(ଜେଇଏମ) କରିପାରନ୍ତି ଆକ୍ରମଣ ।
ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ଅର୍ଥାତ ସ୍ୱାଧୀନତା ଦିବସରେ ଅବସରର ରାଜଧାନୀ ଦିଲ୍ଲୀରେ ହୋଇପାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା(ଏଲଇଟି) ଏବଂ ଜୈସ-ଇ-ମହମ୍ମଦ(ଜେଇଏମ) କରିପାରନ୍ତି ଆକ୍ରମଣ। ଏମିତି କିଛି ଆଭାସ ପାଇଛି ଗୋଇନ୍ଦା ବିଭାଗ। ଏନେଇ ଦିଲ୍ଲୀ ପୋଲିସକୁ ଆଲର୍ଟ କରିଛି ।

ସବୁଠାରୁ ବଡ ଇନପୁଟ୍ ହେଉଛି ଡ୍ରୋନ୍ ଷ୍ଟ୍ରାଇକ୍। ଆତଙ୍କବାଦୀମାନେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି ଏବଂ ବିଭିନ୍ନ ସ୍ଥାନରେ ମଲ୍ଟି ଆଟାକ୍ କରିପାରନ୍ତି। ଏହି ଇନପୁଟ୍ ଉପରେ ଆଧାର କରି ସୁରକ୍ଷା ଏଜେନ୍ସିମାନେ ବହୁତ ସତର୍କତା ଅବଲମ୍ବନ କରୁଛନ୍ତି। ବାସ୍ତବରେ, ଏଥର ସ୍ୱାଧୀନତା ଦିବସ ତଥା ଅନ୍ୟାନ୍ୟ ଦିନରେ ବିଭିନ୍ନ ପ୍ରକାରର ସମ୍ଭାବ୍ୟ ବିପଦ ପାଇଁ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏଥିରେ ଟେକ୍ନୋଲୋଜିର ବ୍ୟବହାରଠାରୁ ଆରମ୍ଭ କରି ପ୍ୟାଡ୍ ଲଞ୍ଚ କରିବା ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ପର୍ଯ୍ୟନ୍ତ ଏହା ସାମ୍ନାକୁ ଆସିବ।
ନିକଟରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଉଦୟପୁର ଏବଂ ଅମରାବତୀ ଆକ୍ରମଣ ପରେ ସେମିତି କିଛି ଅପ୍ରୀତିକର କାର୍ଯ୍ୟକଳାପର ସଙ୍କେତ ପାଇଛି ଗୋଇନ୍ଦା ବିଭାଗ । ତେଣୁ ଦିଲ୍ଲୀ ପୋଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଅଗଷ୍ଟ ୧୫ ଏବଂ ତାପୂର୍ବରୁ ଲାଲକିଲ୍ଲା ପ୍ରବେଶ ପଥରେ କଡ଼ା ଯାଞ୍ଚ କରିବାକୁ କୁହାଯାଇଛି । ଏହି ଆଲର୍ଟରେ ବିଭାଗ ପକ୍ଷରୁ ଉଦୟପୁର ଏବଂ ଅମରାବତୀ ହିଂସା ଘଟଣାରେ ଉଲ୍ଲେଖ ରହିଛି । ତେଣୁ ସେଭଳି ଘଟଣାର ପୁନରାବୃତ୍ତି ହେବା ଆଶଙ୍କା ଥିବାରୁ ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡ଼ିକ କଡ଼ା ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନର ଗୋଇନ୍ଦା ବିଭାଗ ଆଇଏସଆଇ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକୁ ଉସକାଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏମିତିକି ଆତଙ୍କବାଦୀ ସଙ୍ଗଠନ ଜୈଶ ଏବଂ ଲସ୍କର ଆତଙ୍କବାଦୀ ଗୁଡ଼ିକୁ ଲଜିଷ୍ଟିକ୍ ସମର୍ଥନ କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଅମୃତମହୋତ୍ସବ ପାଳନ କରାଯାଉଛି।












Click it and Unblock the Notifications