ଶ୍ରୀନଗରରେ ଆତଙ୍କୀ ଆକ୍ରମଣ, ସୁରକ୍ଷାକର୍ମୀଙ୍କ ବସ୍ ଉପରକୁ ଗୁଳିମାଡ
ଶ୍ରୀନଗରର ଉପକଣ୍ଠରେ ଆତଙ୍କବାଦୀ ଆକ୍ରମଣ। ଆଜି ସନ୍ଧ୍ୟାରେ ଶ୍ରୀନଗର ଉପକଣ୍ଠରେ ଥିବା ଜେୱାନ ନିକଟରେ ଏକ ପୁଲିସ ଭ୍ୟାନ୍ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୩ ସଶସ୍ତ୍ର ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହ ୧୪ଜଣ ଆହତ ହୋଇଛନ୍ତି। ଉକ୍ତ ଭ୍ୟାନ୍
ଶ୍ରୀନଗର: ଶ୍ରୀନଗରର ଉପକଣ୍ଠରେ ଆତଙ୍କବାଦୀ ଆକ୍ରମଣ। ଆଜି ସନ୍ଧ୍ୟାରେ ଶ୍ରୀନଗର ଉପକଣ୍ଠରେ ଥିବା ଜେୱାନ ନିକଟରେ ଏକ ପୁଲିସ ଭ୍ୟାନ୍ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୩ ସଶସ୍ତ୍ର ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହ ୧୪ଜଣ ଆହତ ହୋଇଛନ୍ତି। ଉକ୍ତ ଭ୍ୟାନ୍ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ।

ସମସ୍ତ ଆହତ ଯବାନଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହଯାଇଛି । ସୋମବାର ସନ୍ଧ୍ୟା ବେଳେ ଏହି ଘଟଣା ଘଟିଛି । ଏହି ଘଟଣା ପରେ ପୁରା ଇଲାକାକୁ ଘେରାଉ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ସେନା ।
ଦୁଇଦିନ ପୂର୍ବେ କଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଣି ଆତଙ୍କବାଦୀମାନେ ସକ୍ରିୟ ହେବା ସୁରକ୍ଷା କର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ଦୁଇ ଦିନ ପୂର୍ବେ ଘଟିଥିବା ଗୁଳିମା ମାଡ଼ରେ ସମ୍ପୃକ୍ତ ଦୁଇଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଥିଲେ।
ସୂଚନା ମୁତାବକ, ସୁରକ୍ଷା ବଳ ଯାଉଥିବା ବସ୍ ଉପରକୁ ଗୁଳି ମାଡ କରିଥିବା ଆତଙ୍କବାଦୀ ମାନେ ବାଇକରେ ଆସି ଏପରି ହିଂସା ଘଟାଇଛନ୍ତି । ଏହି ବସ୍ ବୁଲେଟ୍ ପ୍ରୁଫ ହୋଇନଥିବାରୁ ସହଜରେ ଏହାକୁ ଗୁଳି ଭେଦ କରି ଯବାନଙ୍କ ଦେହରେ ବାଜିଥିଲା ।
ଏହି ଘଟଣା ପୂର୍ବରୁ ଆଜି ଶ୍ରୀନଗର ରଙ୍ଗରେଥ ଇଲାକାରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୨ ଆତଙ୍କବାଦୀ ନିପାତ ହୋଇଥିଲେ । ରଙ୍ଗରେଥ ଇଲାକରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍ ଅପରେସନ୍ ଆରମ୍ଭ ହୋଇଥିଲା ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ











Click it and Unblock the Notifications