ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ; ସହିଦ ଯବାନଙ୍କ ପାଇଁ ଦୁଃଖ ପ୍ରକାଶ କଲେ ଖାର୍ଗେ ଓ ରାହୁଲ ଗାନ୍ଧି
ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବାୟୁସେନା ସେନାର ଯବାନ ମାନଙ୍କ ପାଇଁ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସମବେଦନା ଜଣାଇଛନ୍ତି। ଆକ୍ରମଣରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣେ ଏୟାରମ୍ୟାନଙ୍କୁ ଉଦମପୁରରେ ଥିବା କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଯବାନମାନେ ଦୁଇଟି ଗାଡିରେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିିତ ଭାବେ ଆକ୍ରମଣ କରିଥିଲେ ।

ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ତାଙ୍କ ପୋଷ୍ଟରେ କହିଛନ୍ତି, "ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଆମର ବାୟୁସେନା କନଭେନ ଉପରେ ହୋଇଥିବା ଅତର୍କିିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ। ଏହି ଆକ୍ରମଣରେ ବଳିଦାନ ଦେଇଥିବା 5 ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ସୂଚତା ମୁତାବକ, ଗତକାଲି ସନ୍ଧ୍ୟା ୬ଟା ୧୫ରେ ଜାମ୍ମୁ କାଶ୍ମୀର ପୁଞ୍ଝ ଜିଲ୍ଲାର ସୁରାନକୋଟ ଠାରେ ଆକ୍ରମଣ ହୋଇଛି । ତେବେ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡିଗୁଡିକୁ ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ବାୟୁସେନାର ଗାଡି ଉପାରକୁ ଶସସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ପୁଲିସ ଏବଂ ଯବାନ ମିଳିତ ଭାବେ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଚଳିତ ବର୍ଷରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପଛରେ ଆଇଏସଆଇଏସ୍ ଅବା ପାକିସ୍ତାନର ହାତ ଅଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ନିର୍ବାଚନ ସମୟରେ ଭାରତର ଛବି ମଳିନ କରିବାକୁ ଏଭଳି ଆକ୍ରମଣ କରାଯାଇଥିବା କୁହାଯାଉଛି ।












Click it and Unblock the Notifications