ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ
Terrorist Attack In Jammu And Kashmir: ଜାମ୍ମୁ କାଶ୍ମୀରର ରଜୋରୀ ଥିବା ଭାରତୀୟ ସେନା ଶିବିରରେ ଆତଙ୍କବାଦୀ ଆକ୍ରମଣ । ଆଲର୍ଟ ସୁରକ୍ଷା ପୋଷ୍ଟରେ ନିୟୋଜିତ ଯବାନ ମଧ୍ୟ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣା ସକାଳ 3:50 ରେ ଘଟିଥିଲା । ଅନ୍ଧକାରର ସୁଯୋଗ ନେଇ ଆତଙ୍କବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ । ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ଓ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ସେନାପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନରେ ୬ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ହେଲେ ଏହି ସର୍ଚ୍ଚ ଅପରେସନ ସମୟରେ ୨ ଯବାନ ମଧ୍ୟ ସହିଦ ହୋଇଥିବା ନେଇ ସୂଚନା ରହିଛି । ଏବେ ମଧ୍ୟ କୁଲଗ୍ରାମରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଏହାପୂର୍ବରୁ କୁଲଗାମ, ଜାମ୍ମୁ କାଶ୍ମୀରରେ ସେନା ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଦୁଇଟି ଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । କୁଲଗ୍ରାମ ଏବଂ ଚିନିଗମ୍ ୨ଟି ସ୍ଥାନରେ ସେନାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଡ୍ରୋନ୍ ଏବଂ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇଥିଲା । ଏହି ସମୟରେ ଜଣେ ଯବାନ ପ୍ରଥମେ ଆହତ ହୋଇଥିଲେ, ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ସେ ସହିଦ ହୋଇଥିଲେ ।
ସୂଚନାଯୋଗ୍ୟ ଯେ ଜାମ୍ମୁ କାଶ୍ମୀରରେ ନିକଟରେ ଅନେକ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହାପୂର୍ବରୁ ଜୁନ୍ ୨୭'ରେ ବୁଧବାର ଦିନ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଗତ ମାସରେ ଜୁନ୍ 9 ତାରିଖ ସନ୍ଧ୍ୟାରେ ଜାମ୍ମୁ କାଶ୍ମୀରର ରେସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ପରେ ତୀର୍ଥଯାତ୍ରୀ ଭରପୂର ଏକ ବସ୍ ଖାଲରେ ଖସିପଡିଥିଲା, ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଥିଲେ।












Click it and Unblock the Notifications