ଆତଙ୍କବାଦ ସମଗ୍ର ମାନବ ସମାଜ ପାଇଁ କଳଙ୍କ ; ମୁମ୍ବାଇ ଆକ୍ରମଣକୁ ମନେ ପକାଇ ଏମିତି କହିଲେ ଶାହା
ଗୋଟିଏ ପଟେ, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ସ୍ମରଣ କରାଯାଉଥିବାବେଳେ ଅନ୍ୟ ପଟେ ଏହି ତାରିଖ ସହିତ ଜଡିତ ଏକ ଅନ୍ଧକାର ଦିନ ଅଛି ଯାହାକୁ ଭାରତର ଲୋକମାନେ ଭୁଲିବେ ନାହିଁ। ହଁ, ଆମେ ୨୬ନଭେମ୍ବର ୨୦୦୮ରେ ମୁମ୍ବାଇରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ କହୁଛୁ।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୬ତମ ବାର୍ଷିକୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୋଷ୍ଟ କରିଛନ୍ତି। ସେ ଲେଖିଥିଲେ ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କ ସହ ଲଢ଼ିବାବେଳେ ଶହୀଦ ହୋଇଥିବା ସୈନିକମାନଙ୍କୁ ମୁଁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଯେଉଁ ସାଧାରଣ ଜନତା ପ୍ରାଣ ହରାଇଛନ୍ତି ସେମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆତଙ୍କବାଦ ସମଗ୍ର ମାନବ ସଭ୍ୟତା ପାଇଁ ଏକ କଳଙ୍କ। ଆତଙ୍କବାଦ ବିରୋଧରେ ମୋଦି ସରକାରଙ୍କ 'ଶୂନ୍ୟ ସହନଶୀଳତା' ବା ଜିରୋ ଟଲରାନ୍ସ ନୀତିକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି ଏବଂ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ଆଜି ଭାରତ ବିଶ୍ୱ ଅଗ୍ରଣୀ ହୋଇପାରିଛି।












Click it and Unblock the Notifications