Get Updates
Get notified of breaking news, exclusive insights, and must-see stories!

ଅଲ-ଫଲାହ ନାଁରେ ଆସିଲା ସଂଗୀନ ଅଭିଯୋଗ, ଦିଲ୍ଲୀ ବିଷ୍ପୋରଣ ପୂର୍ବରୁ ଜୟପୁର ଓ ଅହମ୍ମଦାବାଦ ସିରିୟଲ ବ୍ଲାଷ୍ଟରେ.....

ଫରିଦାବାଦର ଅଲ ଫଲାହ ୟୁନିଭର୍ସିଟି ଏବେ ଗମ୍ଭୀର ଯାଞ୍ଚ ପରିଧିରେ ରହିଛି । ଦିଲ୍ଲୀରେ ନଭେମ୍ବର ୧୦ରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଅଭିଯୁକ୍ତ ଡ. ଉମର ନବିର ଗିରଫଦାରୀ ପରେ ଗୁଇନ୍ଦା ଏଜେନ୍ସି ବିଶ୍ୱ ବିଦ୍ୟାଳୟ ସହ ଜଡିତ ଅନେକ ଚାଞ୍ଚଲ୍ୟକର ତଥ୍ୟ ଉଜାଗର କରିଛି । ନବି ଏହି ୟୁନିଭର୍ସିଟି ସହ ଜଡିତ ଥିଲା । ନବିର ଆତଙ୍କବାଦୀ ଗତିବିଧି ସମ୍ବନ୍ଧ ସାମ୍ନାକୁ ଆସିବା ପରେ ଏହି ବିଶ୍ୱ ବିଦ୍ୟାଳୟ ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି ।

ଗୁଇନ୍ଦା ରିପୋର୍ଟ ଅନୁସାରେ ନବି ୟୁନିଭର୍ସିଟି ସହ ଜଡିତ ପ୍ରଥମ ବ୍ୟକ୍ତି ନୁହେଁ । କେବଳ ଦିଲ୍ଲୀ ନୁହେଁ ୨୦୦୮ ଜୟପୁର ଓ ଅହମ୍ମଦାବାଦ ସିରିୟଲ ବ୍ଲାଷ୍ଟରେ ମଧ୍ୟ ୟୁନିଭର୍ସିଟିର ସନ୍ଦିଗ୍ଧ ଭୂମିକା ସାମ୍ନାକୁ ଆସିଛି । ଅଲ ଫଲାହର ଜଣେ ପୂର୍ବତନ ଛାତ୍ରର ନାମ ଆତଙ୍କୀ ସଂଗଠନ ସହ ଜଡିତ ଥିବା ପ୍ରମାଣ ମିଳି ସାରିଛି ।

alfala

ସବୁଠୁ ଚର୍ଚ୍ଚିତ ନାମ ମଧ୍ୟରେ ମିର୍ଜା ଶାଦାବ ବେଗର ନାଁ ପୁଣି ଥରେ ସାମ୍ନାକୁ ଆସିଛି । ସେ ଇଣ୍ଡିଆନ ମୁଜାହିଦ୍ଦୀନର ସକ୍ରିୟ ଆତଙ୍କୀ ଥିବା ଜଣା ପଡିଛି । ବେଗ ୨୦୦୭ରେ ଅଲ ଫଲାହ ଇଞ୍ଜିନିୟରିଂ କଲେଜ, ଫରିଦାବାଦରୁ ଇଲେକ୍ଟ୍ରୋନିକ ଆଣ୍ଡ ଇନଷ୍ଟ୍ର‌୍ୟୁମେଣ୍ଟରେ ବି ଟେକ୍ ପୂରା କରିଥିଲା । ମାତ୍ର ଏହାର ଗୋଟିଏ ବର୍ଷ ପରେ ସେ ୨୦୦୮ ଅହମ୍ମଦାବାଦ ସିରିୟଲ ବ୍ଲାଷ୍ଟରେ ସଂପୃକ୍ତ ଥିବା ଜଣା ପଡିଥିଲା । ବେଗ ଅନେକ ବର୍ଷ ଧରି ଫେରାର ଥିଲା ଏବଂ କୁହାଯାଉଛି ସେ ଆଫଗାନିସ୍ତାନରେ ଛପି ରହିଛି ।

ବେଗର ନାଁ ୨୦୦୮ ଜୟପୁର ବ୍ଲାଷ୍ଟ ଓ ୨୦୦୭ ଗୋରଖପୁର ସିରିୟଲ ବ୍ଲାଷ୍ଟରେ ମଧ୍ୟ ସାମ୍ନାକୁ ଆସିଥିଲା । ଜୟପୁର ହମଲାରେ ପ୍ରଥମେ ସେ ଉଡୁପୀ ଯାଇ ବିସ୍ଫୋରକ ସାମଗ୍ରୀ ଜୁଟାଇବାରେ ସାମିଲ୍ ଥିଲା । ବେଗ ରିୟାଜ ଓ ୟାସିନ ଭଟକଲକୁ ଆଇଇଡି ପ୍ରସ୍ତୁତ ପାଇଁ ଡିଟୋନେଟର ଓ ବଲ୍ ବିୟରିଂ ଯୋଗାଉଥିଲା । ଇଞ୍ଜିନିୟରିଂ ପଢିଥିବାରୁ ସେ ବୋମା ତିଆରିରେ ମାହିର ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+