ଅଯୋଦ୍ଧା ରାମ ମନ୍ଦିର ଉପରେ ଆତଙ୍କୀ ଆକ୍ରମଣ ଷଢ଼ଯନ୍ତ୍ର, ଜଣେ ଗିରଫ
ଅଯୋଧ୍ୟା ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି । ଗୁଜରାଟ ଏଟିଏସ୍ ଫରିଦାବାଦ ଏସଟିଏଫ ସହାୟତାରେ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସନ୍ଦିଗ୍ଧଙ୍କ ନିକଟରୁ ଦୁଇଟି ହ୍ୟାଣ୍ଡଗ୍ରେନେଡ୍ ଜବତ ହୋଇଥିବା ବେଳେ ଫରିଦାବାଦରେ ସୁରକ୍ଷା ଏଜେନ୍ସି ଗ୍ରେନେଡ୍ କୁ ନିଷ୍କ୍ରିୟ କରିଛି। ତଦନ୍ତରୁ ରାମ ମନ୍ଦିରକୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଜଣାପଡ଼ିଛି ।
ଅବଦୁଲ ରେହମାନ ହେଉଛି ୟୁପିର ବାସିନ୍ଦା, ଯାହାକୁ ରବିବାର ଗିରଫ କରାଯାଇଥିଲା। ଗୁଜରାଟ ଏଟିଏସ୍ ସନ୍ଦିଗ୍ଧକୁ ଗୁଜୁରାଟ ନେଇ ପଚରାଉଚରା ଜାରି ରଖିଛି। ତା' ନିକଟରୁ ଉଗ୍ରବାଦୀ ସାମଗ୍ରୀ ମଧ୍ୟ ଜବତ କରାଯାଇଛି, ଯାହା ଆତଙ୍କବାଦୀ କାର୍ଯ୍ୟକଳାପକୁ ନିଶ୍ଚିତ କରିପାରିବ।













Click it and Unblock the Notifications